ଗତ ୨୧ ଦିନ ହେବ ଦେଶରେ ବଢିନାହିଁ ତେଲଦର
ନୂଆଦିଲ୍ଲୀ : ଦେଶରେ ଶନିବାର ଅପରିବର୍ତ୍ତିତ ରହିଛି ପେଟ୍ରୋଲ ଓ ଡିଜେଲ ଦର । ଏହାକୁ ମିଶାଇ ଦେଶରେ ଗତ ୨୧ ଦିନ ହେବ ବଢିନାହିଁ ତେଲଦର । ଅନ୍ତର୍ଜାତୀୟ ବଜାରରେ ତେଲଦର କମିବା କାରଣରୁ ଦେଶରେ ତେଲଦର ଅପରିବର୍ତ୍ତିତ ଥିବା କୁହାଯାଉଛି । ଫଳରେ ଗ୍ରାହକମାନେ ସାମାନ୍ୟ ଆଶ୍ୱସ୍ତ ଲାଭ କରିଛନ୍ତି । ମାତ୍ରା ଦେଶରେ ତେଲଦର ଉଚ୍ଚସ୍ତରରେ ଥିବାରୁ ଅସନ୍ତୋଷ ମଧ୍ୟ ଜାରି ରହିଛି । ଗତ ୪ ଦିନ ହେଲା ବ୍ରେଣ୍ଟ୍ କ୍ରୁଡ ଅଏଲ ମୂଲ୍ୟ ହ୍ରାସ ପାଇଚାଲିଛି । ସେହିପରି ଭାରତୀୟ ବାସ୍କେଟ୍ କ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ୭୧ ଡଲାରକୁ ହ୍ରାସ ପାଇଛି, ଯାହାକି ମାସ ଆରମ୍ଭରୁ ୭୪ ଡଲାର ଟପିଯାଇଥିଲା ।
ଇଣ୍ଡିଆଲ ଅଏଲ ପକ୍ଷରୁ ଜାରି ଦର ତାଲିକା ଅନୁସାରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କା ୮୪ପଇସା ଓ ଡିଜେଲ ଲିଟର ପିଛା ୮୯ଟଙ୍କା ୮୭ପଇସାରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୮୩ପଇସା ଓ ଡିଜେଲ ଲିଟର ପିଛା ୯୭ଟଙ୍କା ୪୫ପଇସାରେ ବିକ୍ରି ହେଉଛି । ଓଡ଼ିଶାର ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୨ଟଙ୍କା ୬୬ପଇସାରେ ଓ ଡିଜେଲ ୯୭ଟଙ୍କା ୯୫ପଇସାରେ ବିକ୍ରିହେଉଛି ।
