ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା ଟିମ୍ ଘୋଷଣା, ୮ରେ ପ୍ରଥମ ମ୍ୟାଚ
କଟକ: ବିଜୟ ହଜାରେ ଟ୍ରଫି ପାଇଁ ଘୋଷଣା ହେଲା ୨୧ ଜଣିଆ ଓଡିଶା ଟିମ୍ । ୮ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ବିସିସିଆଇର ଏହି ମେଗା ଘରୋଇ ପ୍ରତିଯୋଗିତା ପାଇଁ ଆଜି ଟିମ ଘୋଷଣା କରିଛି ଓଡିଶା କ୍ରିକେଟ ସଙ୍ଘ ।
ଶୁଭ୍ରାଂଶୁ ସେନପତିଙ୍କ ଅଧିନାୟକତ୍ୱରେ ଟିମ ଖେଳିବ ଏହି ମେଗା ପ୍ରତିଯୋଗିତା । ଏହାସହ ଦଳରେ ରହିଛନ୍ତି ଅନେକ ଦକ୍ଷ ଓ ଅଭିଜ୍ଞ ଖେଳାଳି । ଯାହା ବିଜୟ ହଜାରେ ଟ୍ରଫି ଓଡିଶାକୁ ବିଜୟ ଦେବାର ଆଶାକୁ ଉଜ୍ଜୀବିତ କରିଛି । ୨ ୱିକେଟ କିପର ସୁଜିତ ଲେଙ୍କା ଓ ରାଜେଶ ଧୁପୁରଙ୍କୁ ଟିମରେ ସ୍ଥାନ ଦିଆଯାଇଛି । ଏହାଛଡ଼ା ଉଭୟ ସ୍ପିନ ଓ ପେସ ବୋଲିଂ ଲାଇନରେ ଟିମ ବେଶ ମଜଭୂତ ରହିଛି । ଆସନ୍ତା 8 ତାରିଖରେ ହେବାକୁ ଥିବା ପ୍ରଥମ ମ୍ୟାଚରେ ଆନ୍ଧ୍ରପ୍ରଦେଶକୁ ଭେଟିବ ଓଡ଼ିଶା । ଏହାପରେ ଗୁଜୁରାଟ, ବିଦର୍ଭ, ଜମ୍ମୁ କଶ୍ମୀର ଓ ହିମାଚଳ ପ୍ରଦେଶକୁ ଭେଟିବ ।
