ମୟୁରଭଞ୍ଜ : ଓଡିଶା ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ କବାଡି ପ୍ରତିଯୋଗିତା ଚଳିତ ଜାନୁୟାରୀ ମାସ ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗରସ୍ଥିତ ସରଙ୍ଗାଧର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଅଛି । ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରିଙ୍କ ମାର୍ଗଦର୍ଶନରେ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱାବଧାନରେ ବାଳକ ଟିମ୍ ମ୍ୟାନେଜର ରାଖାଲଗୋପ ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି କ୍ଷୀରୋଦ ବେହେରା ଓ ବାଳିକା ଟିମ୍ ମ୍ୟାନେଜର ମୋରଡା ବ୍ଲକସ୍ଥିତ ଝିଙ୍କିରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ରଞ୍ଜିତା ମହାନ୍ତଙ୍କ ନେତୃତ୍ୱରେ ମୟୂରଭଞ୍ଜରୁ ୨୪ ଜଣ ବାଳକ ବାଳିକା ଯୋଗ ଦେଇଛନ୍ତି । ସେମାନେ ହେଲେ୧୭ ବର୍ଷରୁ କମ୍ ବାଳକ ବିଭାଗରେ ଲାଖି ହାଁସଦା, ସତ୍ୟଜିତ୍ ସତ୍ୟପ୍ରକାଶ ମହାନ୍ତି, ସନ୍ଦିପନୀ ପାତ୍ର, ଆୟୁୁଷ ବେହେରା, ପିୟୁଷ କର, ସୁଜିତ ସାହୁ, ଜୟନ୍ତ ବେହେରା, ହୃଷିକେଷ ପ୍ରଧାନ, ସୁବାଷ ହେମ୍ବ୍ରମ, ସୁମନ ବାଗ, ବିର ମାରାଣ୍ଡି, ବ୍ରହ୍ମା ସୋରେନ ଓ ବାଳିକା ବିଭାଗରେ ଝୁମା ସିଂ, ମୁସ୍କାନ ମୁଣ୍ଡା, ରୁକ୍ମଣୀ ବେହେରା, ସୁକାନ୍ତି ସିଂ, ଶାନ୍ତିଲତା ସୋରେନ, ନରି ସରଦାର, ସସ୍ମିତା ମାଝି, ସୁମନ ମୁଣ୍ଡା, ବିନୋଦିନୀ ବେହେରା, ପୂଜା ହୋ, ଗୌରୀ ଟୁଡୁ, ରେବତୀ ମୁଣ୍ଡା ।
Post Views: 46,005