ଏମକେସି ହାଇସ୍କୁଲ ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରିଣୀ ବୈଠକ
ବାରିପଦା : ଏମକେସି ହାଇସ୍କୁଲର ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରିଣୀ କମିଟିର ସ୍ୱତନ୍ତ୍ର ବୈଠକ ବିଦ୍ୟାଳୟ ପରିସରରେ ଆଲୁମିନି କାର୍ଯ୍ୟାଳୟରେ ସଭାପତି ପୂର୍ଣ୍ଣେନ୍ଦୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂସଦ ପଂଜିକରଣ ହେବାପରେ ଅନୁଷ୍ଠିତ ଏହି ପ୍ରଥମ ବୈଠକରେ ସମ୍ପାଦକ ରଂଜନ ବାନାର୍ଜୀ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କୋଷାଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହୀ ନୂତନ ସଦସ୍ୟ ଗ୍ରହଣର କାର୍ଯକାରିତା ଉପରେ ଗୁରୁତ୍ୱ ଦେଇଥିଲେ । ଉପସଭାପତି ସିଦ୍ଧାର୍ଥ କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କୁଂଜବାଳା ମହାନ୍ତ, ଯୁଗ୍ମ ସମ୍ପାଦକ ରବୀନ୍ଦ୍ରନାଥ ସାହୁ, ସଦସ୍ୟ ପ୍ରଦୀପ କିଶୋର ମହାନ୍ତି, ସତ୍ୟବ୍ରତ ମହାନ୍ତି, ଦେବୀଦାସ ମହାନ୍ତି, ପ୍ରଦୀପ କୁମାର ଦାସ, ଡ଼ଃ ସୁଶାନ୍ତ ପାତ୍ର, ଅମିତାଭ ମିଶ୍ର, ଅଂଶୁମାନ ପଟ୍ଟନାୟକ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
