ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟ ଗ୍ରନ୍ଥାଗାର
ଭୁବନେଶ୍ୱର : ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଜନୈକ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଥିବାରୁ ପାଠକ ଓ କର୍ମଚାରୀଙ୍କ ନିରାପତା ଦୃଷ୍ଟିରୁ ଏହାକୁ ବିଶୋଧନ କରାଯିବ । ଏଥି ନିମନ୍ତେ ଆସନ୍ତାକାଲି ୨୭ ତାରିଖ(ବୁଧବାର)ଠାରୁ ୩୧ ତାରିଖ(ରବିବାର) ପର୍ଯ୍ୟନ୍ତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବନ୍ଦ ରହିବ । ଏଣୁ ପାଠକମାନେ ପାଠାଗାରକୁ ନଆସିବାକୁ ଭାରପ୍ରାପ୍ତ ଅଧିକାରୀ ପ୍ରେସ ବିବୃତି ଜରିଆରେ ସମସ୍ତଙ୍କୁ ଅବଗତ କରାଇଛନ୍ତି ।
