ରାଜ୍ୟ ଫୁଟବଲ ପୁରୁଷ ଓ ମହିଳା ବର୍ଗର ନୂତନ ଜର୍ସି ଉନ୍ମୋଚିତ
ଭୁବନେଶ୍ୱର : ରାଜ୍ୟ ଫୁଟବଲ ପୁରୁଷ ଓ ମହିଳା ବର୍ଗର ମଙ୍ଗଳବାର ଜର୍ସି ଉନ୍ମୋଚିତ ହୋଇଛି । ଏହାକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଓ ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶାର ସମ୍ପାଦକ ଆଶୀର୍ବାଦ ବେହେରା ଏହି ନୂତନ ଜର୍ସି ଉନ୍ମୋଚିତ କରିଛନ୍ତି ।
ଆଗମୀ ଦିନରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଟିମ୍ ସନ୍ତୋଷ ଟ୍ରଫିରେ ଟ୍ରଫି ହାତେଇବାକୁ ଦମ୍ ଦେଖାଇବେ । ଏହି ଅବସରରେ ଆଜି ଉଭୟ ବର୍ଗର ଖେଳାଳିଙ୍କୁ କ୍ରୀଡା ସଚିବ ଭିନିଲ୍ କ୍ରିଷ୍ଣା ଶୁଭେଚ୍ଛା ଦେଇଛନ୍ତି । ଆଗାମୀ ଦିନରେ ଟିମ୍ ଓଡ଼ିଶା ଭଲ ଫୁଟବଲ୍ ଖେଳ ପ୍ରଦର୍ଶନ କରିି ରାଜ୍ୟର ନାଁ ରଖିବ ବୋଲି ଆଶା କରିଛ ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା ।
