ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମାଙ୍କୁ ବିଶ୍ରାମ, କୋହଲିଙ୍କ ସ୍ଥାନରେ ଖେଳିବେ ଏହି ଖେଳାଳି
ନୂଆଦିଲ୍ଲୀ : ନିକଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ସିରିଜ୍ ଶେଷ ହୋଇଛି। ଭାରତ ବିଶ୍ୱକପ ବଦଲା ସ୍ୱରୂପ ୩-୦ରେ ସିରିଜ ପୋଛି ନେଇଛି। ଏହାପରେ ଉଭୟ ଦଳ ଏବେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି। ଟି-୨୦ ସିରିଜ ଜିତିବା ପରେ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ କିୱି ଦଳକୁ ସଫା କରିବାକୁ ଚେଷ୍ଟା କରିବ। କିନ୍ତୁ ଏହି ସିରିଜରେ ଟିମ ଇଣ୍ଡିଆ ଭିତରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ ଅଧିନାୟକ ହେବେ। ଏଭଳି ପରିସ୍ଥିତିରେ ବିରାଟ କୋହଲିଙ୍କ ବଦଳରେ ଶ୍ରେୟାସ ଆୟରଙ୍କୁ ବ୍ୟାଟ୍ସମ୍ୟାନ୍ ଭାବରେ ସୁଯୋଗ ଦିଆଯାଇପାରେ। ନ୍ୟୁଜିଲାଣ୍ଡ ବିପକ୍ଷ ଓପନିଂ ପାଇଁ କେଏଲ ରାହୁଲ ଏବଂ ଶୁଭମନ ଗିଲ ଅବତରଣ କରିବାକୁ ଯାଉଛନ୍ତି। ଏଥି ସହିତ ଚେତେଶ୍ୱର ପୂଜାରା ତିନି ନମ୍ବର ପାଇଁ ଫିଟ୍। ଯେତେବେଳେ କି ଚତୁର୍ଥ ସ୍ଥାନରେ ବିରାଟ କୋହଲିଙ୍କ ସ୍ଥାନରେ ଶ୍ରେୟସ୍ ଆୟରଙ୍କୁ ଏକ ସୁଯୋଗ ଦିଆଯାଇପାରେ।
ପ୍ରଥମ ଟେଷ୍ଟରୁ ଅଧିନାୟକ ବିରାଟ କୋହଲି ଓ ଟେଷ୍ଟ ସିରିଜରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଫେରିବେ। ତାପରେ ନମ୍ବର ପାଞ୍ଚରେ ବ୍ୟାଟିଂ କରିବାକୁ ଅଜିଙ୍କ୍ୟ ରାହାଣେ ଆସିବେ। ଭଲ ପ୍ରଦର୍ଶନ କରିବାକୁ ରାହାଣେ ଚାପରେ ରହିବେ। ଏହି ମ୍ୟାଚରେ କୋହଲିଙ୍କ ସ୍ଥାନରେ ରାହାଣେ ମଧ୍ୟ ଅଧିନାୟକ ହେବେ। ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା ଛଅ ନମ୍ବର ପାଇଁ ମନୋନୀତ ହେବେ। ପ୍ରଥମ ଟେଷ୍ଟ ମ୍ୟାଚରେ ଋଷଭ ପନ୍ତଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଏଥିସହିତ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୭ ନମ୍ବରରେ ଏକ ସୁଯୋଗ ପାଇବା ଥୟ। ରବିନ୍ଦ୍ର ଜାଡେଜା ବୋଲିଂ କରିବା ସହିତ ଭଲ ବ୍ୟାଟିଂ ମଧ୍ୟ କରନ୍ତୁ। ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ବାମହାତୀ ସ୍ପିନର ଅକ୍ଷର ପଟେଲ ଟିମ୍ ଇଣ୍ଡିଆର ସ୍ପିନ୍ ବୋଲର ଭାବରେ ଖେଳିପାରିବେ। ଦ୍ରୁତ ବୋଲରମାନଙ୍କ ପାଇଁ ମହମ୍ମଦ ସିରାଜ ଏବଂ ଉମେଶ ଯାଦବଙ୍କୁ ଏହି ଏକାଦଶରେ ସ୍ଥାନ ଦିଆଯାଇପାରିବ।
ଭାରତର ସମ୍ଭାବ୍ୟ ଏକାଦଶ :
ଶୁଭମାନ ଗିଲ୍, କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଶ୍ରେୟାସ୍ ଆୟର, ଅଜିଙ୍କ୍ୟ ରାହାଣେ (କ୍ୟାପଟେନ), ରିଦ୍ଧିମାନ ସାହା (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ୍, ମହମ୍ମଦ ସିରାଜ, ଉମେଶ ଯାଦବ।
