ବାଲିଆପାଳରୁ ଦିଲ୍ଲୀ ଚାଲ ଡ଼ାକରା ଦେଲା ଓଡ଼ିଶା କୋଷ୍ଟ କେନାଲ ପୁନରୁଦ୍ଧାର ମଞ୍ଚ
ବାଲିଆପାଳ : ଓଡ଼ିଶା କୋଷ୍ଟ କେନାଲ ପୁନରୁଦ୍ଧାର ଦାବୀରେ ସାଇକେଲ ରାଲି ସୋମବାର ତୃତୀୟ ଦିନରେ ବାଲିଆପାଳରେ ପହଞ୍ôଚଛି ।ଏ ନେଇ ବାଲିଆପାଳ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ସଭା ଗୃହରେ ଏକ ଆଲୋଚନାଚକ୍ର ସହିତ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଆଲୋଚନାଚକ୍ରରେ ବକ୍ତା ମାନେ ବକ୍ତବ୍ୟ ପ୍ରଦାନ କରିବ ସହିତ କୋଷ୍ଟ କେନାଲ ପୁନରୁଦ୍ଧାର ପାଇଁ ଓଡ଼ିଶା କୋଷ୍ଟ କେନାଲ ପୁନରୁଦ୍ଧାର ମଞ୍ଚ ପକ୍ଷରୁ ବାଲିଆପାଳରୁ ଦିଲ୍ଲୀ ଚାଲ ଡାକରା ଦେଇଛନ୍ତି ।

କୋଷ୍ଟ କେନାଲ ପୁନରୁଦ୍ଧାର ଦାବି ନେଇ ଓଡ଼ିଶା କୋଷ୍ଟ କେନାଲ ପୁନରୁଦ୍ଧାର ମଞ୍ଚ ତରଫରୁ ଗତ ଜାନୁଆରୀ ୨୧ ରୁ ମାନକୁଣ୍ଡାରୁ ବାହାରିଥିବା ସାଇକେଲ ରାଲିର ଅଭିଯାତ୍ରୀ ଦଳମାନେ ସୋମବାର ବାଲିଆପାଳରେ ପହଞ୍ôଚଛନ୍ତି । ମାନକୁଣ୍ଡାରୁ ଚାରବାଟିଆ ପର୍ଯ୍ୟନ୍ତ ୧୧ ଦିନ ବ୍ୟାପୀ ଚାଲିବାକୁ ଥିବା ସାଇକେଲ ଯାତ୍ରାର ତୃତୀୟ ଦିନରେ ବାଲିଆପାଳ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ସଂଗଠନର ବାଲିଆପାଳ ଶାଖା ଆବାହକ ଅଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ୩୦ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସାଇକେଲ ଯାତ୍ରୀଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହି ବୈଠକରେ ଯୋଗଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସ୍ୱାଧୀନତା ସଂଗ୍ରାମ ପାଇଁ ବଳିଦାନ ବିଷୟରେ ସ୍ମତିଚାରଣ କରିଥିଲେ । ସଭା ଆରମ୍ଭରେ ଶ୍ରୀ ସାହୁ ସ୍ୱାଗତ ଅଭିଭାଷଣ ଦେବା ସହ କୋଷ୍ଟ କେନାଲକୁ ନେଇ ଆହୁରି ବ୍ୟାପକ ପ୍ରସ୍ତୁତି ସହିତ ଜନ ଆନ୍ଦୋଳନ ହେବା ଆବଶ୍ୟକ ବୋଲି ଗୁରୁତ୍ୱ ଆରୋପ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଇଂ. ବିଜୟ ସେଠୀ ଯୋଗ ଦେଇ ସେ ଜଳସେଚନ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ବିଭିନ୍ନ ବିଭାଗରୁ ଗଭୀର ତଥ୍ୟକୁ ଅନୁଧ୍ୟାନ କରି ସବିଶେଷ ଉପଯୋଗୀତା ବିଷୟରେ ଆମେମାନେ ସରକାରୀ ତଥା ରାଜନୈତିକ ସ୍ତରରେ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିପାରିଲେ କୋଷ୍ଟ କେନାଲ ପୁନରୁଦ୍ଧାର ସମ୍ଭବ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ବୈଠକ ଆରମ୍ଭରେ କୋଷ୍ଟ କେନାଲ ପୁନରୁଦ୍ଧାର ମଞ୍ଚର ଆବାହକ ଗୋବିନ୍ଦ ଦଳାଇ କୋଷ୍ଟ କେନାଲ ଆନ୍ଦୋଳନରେ ଏକ ଐତିହାସକ ସୁଯୋଗ ଆସିଥିବା କଥା କହିଥିଲେ । ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କୁ ଏହି ଆନ୍ଦୋଳନ ସହିତ ଯୋଡ଼ିବାର ଆବଶ୍ୟକତା ରହିଥିବା ସହ ଆଗାମୀ ଦିନରେ ବାଲେଶ୍ୱରରୁ ଦିଲ୍ଲୀ ଅଭିମୁଖେ ସାଇକେଲ ଯାତ୍ରା ଆରମ୍ଭ କରାଯିବା ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ବାଘାଯତୀନ ସ୍ମୃତି ପରିଷଦର ସଭାପତି ଅରବିନ୍ଦ ବେହେରା ଯୋଗଦେଇ ଏହି ଆନ୍ଦୋଳନ ପାଇଁ କିଛି ଶୃଙ୍ଖଳିତ ନୀତି ନିଷ୍ଠାପର ବ୍ୟକ୍ତି ଯଦି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବେ ଏ ଆନ୍ଦୋଳନ ଆହୁରି ବ୍ୟାପକ ହୋଇପାରିବ । ସ୍ୱେଚ୍ଛାସେବୀ ମାନଙ୍କର କର୍ତ୍ତବ୍ୟ ନିଷ୍ଠା ରହିଲେ ଏ ଅଞ୍ଚଳର ବହୁ ପ୍ରତିଷ୍ଠିତ କୋଷ୍ଟ କେନାଲର ସ୍ୱପ୍ନ ବାସ୍ତବ ରୂପ ନେଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରୁ ଉତ୍କଳସମ୍ମିଳନୀ ବାଲିଆପାଳ ଶାଖାର ଶ୍ରୀହରି ମଣ୍ଡଳ,ସନ୍ୟାସୀ ବେହେରା ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଯାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଯାତ୍ରୀମାନେ ମାଦ୍ଧତା ଅଭିମୁଖେ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚର ବରିଷ୍ଠ ସଦସ୍ୟ ଅସିତ ଦଳାଇ,ଅରୂପ ପାତ୍ର,ବିଶ୍ୱଜିତ ନନ୍ଦ,ସୁବାସ ଖୁଣ୍ଟିଆ,ବିଶ୍ୱଜିତ ନନ୍ଦ,ଦୀପକ ବାରିକ,ପ୍ରବୀନ ଦଳାଇ,ଅଚିନ୍ତ ଦାସ,କ୍ଷିତିଶ ଜେନା ଓ ବାଘା ଯତୀନ ପରିଷଦର ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
