ଦୁର୍ନୀତି ନିବାରଣସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ ଅନୁଷ୍ଠିତ
ଯାଜପୁର : ସାରା ରାଜ୍ୟରେ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ୱର ୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଚ୍ଥି । ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟର ଓସ୍ୱାନ କକ୍ଷରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସାରା ରାଜ୍ୟରେ ଏକ ସମୟରେ ଜିଲ୍ଲାର ସଦର ମହକୁମା ଏବଂ ସମସ୍ତ ସରକାରୀ କାର୍ଯ୍ୟାଳୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଆଭାସି କାର୍ଯ୍ୟକ୍ରମ ଜରିଆରେ ପୂର୍ବାହ୍ନ ୧୧ ଘଟିକା ସମୟରେ ସମସ୍ତଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇବା ସହ ଜୀବନର ପ୍ରତ୍ୟେକ ସ୍ତରରୁ ଦୁର୍ନୀତିର ମୂଳୋତ୍ପାଟନ କରିବା ସଂଗେ ସଂଗେ ଦେଶବାସୀଙ୍କୁ ମୂଲ୍ୟବୋଧ ଭିତ୍ତିକ ସେବା ଯୋଗାଇ ଦେବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା କାର୍ଯ୍ୟାଳୟ ଓସ୍ୱାନ କକ୍ଷରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର. ଭିଜିଲାନ୍ସ ଡିଏସ୍ପି ସୁଶିଲ ଏକ୍କା, ଊପଜିଲ୍ଲାପାଳ ଗୋପୀନାଥ କୁଅଁର, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ଏନ୍ଆଇସି ଅଧିକାରୀ ସୁଧାଂଶୁ ମୋହନ ଶତପଥୀ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ସଂସ୍ଥା ଅଧିକାରୀ ଅଲେଖ ମହାରଣାଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଶପଥ ପାଠ କରିଥିଲେ । ସେହିପରି ରସୁଲପୁର ବ୍ଳ୍କ କାର୍ଯ୍ୟାଳୟ ଓସ୍ୱାନ କକ୍ଷରେ ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଳ୍ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ , ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଏସ୍.ଡି.ପି.ଓ. ସଂଜୟ କୁମାର ପଟ୍ଟନାୟକ, ରସୁଲପୁର ତହସିଲଦାର ଓ ବି.ଡି.ଓ.ଙ୍କ ସମେତ ଜିଲ୍ଲା ଓ ବ୍ଳ୍କସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଶପଥ ପାଠ କରିଥିଲେ ।
