ଇନ୍ଦିରାଗାନ୍ଧୀ ଙ୍କ ୩୮ତମ ତିରୋଧାନ ଦିବସ ପାଳିତ
ଯାଜପୁର : ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଇନ୍ଦିରାଗାନ୍ଧୀ ଙ୍କ ୩୮ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ବାରୁଣି ପଡିଆ ଓ ଗରିଆପୁର ସ୍ଥିତ ଇନ୍ଧିରାଗାନ୍ଧିଙ୍କ ପ୍ରତିମୂତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଇନ୍ଦିରାଗାନ୍ଧିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯକ୍ରମରେ ଅତିଥିମାନେ ଯୋଗଦେଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଅବଦାନକୁ ଭାରତରଜନସାଧାରଣ କେବେ ଭୁଲିପାରିବେ ନାହିଁ । ରାଜା, ମହାରାଜ ଓ ଜମିଦାରମାନଙ୍କର ହସ୍ତପାଣ୍ଠି ଉଚ୍ଛେଦ, ବ୍ୟାଙ୍କ ଜାତୀୟକରଣ, ଦାରିଦ୍ର୍ୟ ଦୂରଣ କରିଣ ନିମନ୍ତେ ଦାରିଦ୍ର ସୀମାରେଖା ତଳେ ଥିବା ପରିବାରଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ଓ ବାସଗୃହ ଯୋଗାଇଦେବା ସହ ସେମାନଙ୍କୁ ସ୍ୱାବାଲମ୍ବି କରିବା ପାଇଁ ବିଭିନ୍ନ ଜନହିତକର ଯୋଜନା ଗୁଡିକ ପ୍ରବର୍ତନ କରିଥିଲେ ବୋଲି ମତବ୍ୟକ୍ତି କରିଥିଲେ । ଏହି ସଭାରେ କାର୍ଯ୍ୟକାରୀ ସଭାପତି ବିଷ୍ଣୁଚରଣ ରାଉତ, ବରିଷ୍ଠ ନେତା ଦିଗମ୍ବର କର, ନାରାୟଣ ଚନ୍ଦ୍ର ସାମନ୍ତ, ଅଂଚଳ ଦାସ, ଶିଶିର ନାୟକ, ବଳଭଦ୍ର ଦାସ, ଆଲୋକ ବେହେରା, ଦୁର୍ଯ୍ୟୋଧନ ବେହେରା, ପୂର୍ଣ୍ଣଚନ୍ଦ୍ର ଜେନା, ବିଭୁତି ମହାପାତ୍ର, କନକଲତା ରାଉତ, ବିଜୟ ମହାପାତ୍ର, ବିଦ୍ୟାଧର ବାରିକ, ଅକ୍ଷୟ ଶତପଥି, ଆଦିତ୍ୟ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।
