ଭଦ୍ରକ : ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ତଥା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆସନ୍ତା ୧୫ ଓ ୧୬ ନଭେମ୍ବର ( ସକାଳ ୯ ଟାରୁ ଦିବା ୨ ଘଟିକା )ଦିନ ଭଦ୍ରକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ୧୨-୧୫ ଜଣ ନିଯୁକ୍ତିଦାତା ଏବଂ ୫-୭ଜଣ ପ୍ରଶିକ୍ଷଣ ଭିତ୍ତିକ ନିଯୁକ୍ତି ସଂସ୍ଥା ଭାଗ ନେବେ ବୋଲି ଜିଲ୍ଲା ନିୟୋଜନ ଅଧିକାରୀଙ୍କ ନିକଟରୁ ପ୍ରକାଶ । ପଞ୍ଚମ ରୁ ଦଶମ, +୨, +୩, ଆଇ.ଟି.ଆଇ, ଡ଼ିପ୍ଲୋମା ତଥା ନର୍ସିଂ ଯୋଗ୍ୟତାଧାରୀ ୧୮ ରୁ ୩୫ ବର୍ଷୀୟ ଯୁବକ ଯୁବତୀମାନେ ଏହି ମେଳାରେ ଅଂଶ ଗ୍ରହଣ କରିପାରିବେ । ସରକାରୀ ଚାକିରୀ ବ୍ୟତୀତ ବେସରକାରୀ ସଂସ୍ଥାରେ ଉପଲବ୍ଧ ନିଯୁକ୍ତିର ସୁଯୋଗ ନେଇ ରୋଜଗାରକ୍ଷମ ହେବା ପାଇଁ ଜିଲ୍ଲାର କୋଣ ଅନୁକୋଣରୁ ସମସ୍ତ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ସରକାରଙ୍କର ଏହି ଅଭିନବ କାର୍ଯ୍ୟକ୍ରମରୁ ଲାଭ ନେବାପାଇଁ ଜିଲ୍ଲା ପ୍ରଶାସନ ଆହ୍ୱାନ କରୁଛି । ଏହି ମେଳାରେ ବେସରକାରୀ ନିଯୁକ୍ତିର ସୁଯୋଗ ଟ. ୧୨୦୦୦ - ୨୦୦୦୦ ମାସିକ ବେତନ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ଥିବାର ସୂଚନା ମିଳେ ।
Post Views: 25,933