ନବମ ଶ୍ରେଣୀ ରେଜଲ୍ଟ ପ୍ରକାଶିତ, ପାସ ହାର ୮୭.୨୦ %
ଭୁବନେଶ୍ୱର : ବୋର୍ଡ ପକ୍ଷରୁ ନବମ ଶ୍ରେଣୀ ରେଜଲ୍ଟ ପ୍ରକାଶିତ ହୋଇଛି । ଯାହା ଚକିତ କରିବା ପରି ତଥ୍ୟ ଉପସ୍ଥାପନା କରୁଛି । ରାଜ୍ୟରେ ନବମ ଶ୍ରେଣୀ ପରୀକ୍ଷା ଦେଇନାହାନ୍ତି ୧୫ ହଜାର ପିଲା । ଚଳିତବର୍ଷ ୫,୫୧,୩୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ମୋଟ ପରୀକ୍ଷା ଦେଇଥାନ୍ତେ ୫,୬୬,୨୬୯ ଛାତ୍ରଛାତ୍ରୀ ।
ଚଳିତ ଥର ମୋଟ ପାସ ହାର ରହିଛି ୮୭.୨୦ % । ଏ-୧ ଗ୍ରେଡରେ ୯,୦୩୯ ଜଣ ଛାତ୍ରାଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ଏ-୨ ଗ୍ରେଡରେ ୫୮,୯୯୧ ଜଣ ଓ ବି-୧ ଗ୍ରେଡରେ ୧,୧୮,୭୯୨ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ବି-୨ ଗ୍ରେଡରେ ୧୪,୫,୧୬୩ ଜଣ ଛାତ୍ରଛାତ୍ରୀ, ସି ଗ୍ରେଡରେ ୧,୦୯,୫୭୩ ଜଣ, ଡି ଗ୍ରେଡରେ ୪୬୯୭୦ ଜଣ, ଇ ଗ୍ରେଡରେ ୫,୩୧୦ ଜଣ ଛାତ୍ରାଛାତ୍ରୀ ପାସ କରିଛନ୍ତି । ଚଳିତ ଥର ମୋଟ ମୋଟ ୫ଲକ୍ଷ ୫୧ହଜାର ୩୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଫ (ଆଇ) ଗ୍ରେଡରେ ୨୭,୩୫୮ ଜଣ ଓ ଏଫ (ଆଇଆଇ) ଗ୍ରେଡରେ ୩୦,୧୩୮ ଜଣ ରହିଛନ୍ତି । ଏଫ (ଆଇ) ଗ୍ରେଡ ପାଇଥିବା ଛାତ୍ରଛତ୍ରୀଙ୍କୁ ପାସ ଘୋଷଣା କରଯାଇଛି । ସେହିପରି ଏଫ (ଆଇଆଇ) ଗ୍ରେଡ ପାଇଥିବା ଛାତ୍ରଛାତ୍ରୀ ଇମ୍ପୃଭମେଣ୍ଟ ପରୀକ୍ଷା ଦେବେ । ଏହି ଏଫ (ଆଇଆଇ) ବର୍ଗକୁ ବାଦ ଦେଲେ ଅନ୍ୟ ସମସ୍ତ ଗ୍ରେଡ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀକୁ ଉନ୍ନିତ ହେବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।
