ନୀଳଗିରି ୟୁଥ୍ ଫେଷ୍ଟିଭାଲ ଉଦ୍ଘାଟିତ : ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଦର୍ଶକ
ନୀଳଗିରି : ମହାମାରୀ କରୋନା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତବର୍ଷ କରୋନା ସ୍ଥିତି ସେଭଳି ପାଦୁଭାବ ନ ଥିବାରୁ ନୀଳଗିରି ୟୁଥ୍ ପରିବାର ପକ୍ଷରୁ ପ୍ରଥମଥରପାଇଁ ଧୁମ୍ଧାମରେ ୟୁଥ୍ ଫେଷ୍ଟିଭାଲ ଉଦ୍ଘାଟିତହୋଇଛି । ଯାହାକୁ ନୀଳଗିରି ତଥା ନୀଳଗିରି’ର ଆଖାପାଖ ଅଂଚଳର ଜନସାଧାରଣ ଓ କଳା ଅନୁରାଗୀ ସଂସ୍କୃତିପ୍ରେମୀ ମାନେ ଅସୀମା ପଣ୍ଡା, କୈସିକଙ୍କ ଗୀତ ଓ ଖୋର୍ଦ୍ଧାରୁ ପାଇକ ଆଖଡା ନାଚକୁ ମନଭରି ଉପଭୋଗ କରିଥିଲେ ।

ଗୁରୁବାର ପ୍ରଥମ ସନ୍ଧ୍ୟାରେ ନୀଳଗିରି ର ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ପାରମ୍ପରିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ୟୁଥ ଫେଷ୍ଟିଭାଲ କୁ ଉଦ୍ଘାଟନ କରିଥିବା ବେଳେ ତାଙ୍କ ବାର୍ତାରେ ନୀଳଗିରି ଗଡ଼ଜାତ ମାଟିରେ ରାଜନୀତିରୁ ଉର୍ଦ୍ଧ୍ବ ରେ ରହି ସମସ୍ତ ଲୁକାୟିତ ଯୁବ ପ୍ରତିଭା ତଥା ଜୀବନ ସହିତ ସଂଗ୍ରାମ କରି ଆଜି ନୀଳଗିରି, ଓଡ଼ିଶା ତଥା ଭାରତରେ ନୀଳଗିରି ମାଟିର ସନ୍ତାନ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଉଥିବାର ଲକ୍ଷକୁ ନେଇ ୟୁଥ୍ ଫେଷ୍ଟର ସମସ୍ତ କର୍ମକର୍ତାଙ୍କ ଏଭଳି ମହତ୍ ଚିନ୍ତାଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ୧୨, ୧୩, ୧୪ତାରିଖ ତିନି ଦିନ ଧରି ଏହି ମହୋତ୍ସବ କେ.ସି. ହାଇସ୍କୁଲ ପଡ଼ିଆରେ ଆୟୋଜିତ ହେଉଅଛି । ଆଜିର ୧ମ ସନ୍ଧ୍ୟାରେ ଯୁବ ଉଦ୍ୟୋଗପତି ବନୋଜ ବିଶ୍ବାଳ, ସନ୍ତରାଗଡ଼ିଆଅଂଚଳର ଆର୍ନ୍ତଜାତୀୟ ପଥର ଶିଳ୍ପୀ ଶଙ୍କର୍ଷଣ ସେଠୀ, କୁଳିଗଡ଼ ଅଂଚଳର ପଥରଶିଳ୍ପୀ ଭଗବାନ ବାରିକ, ଟେରାକୋଟା ଶିଳ୍ପୀ ରମେଶ ମୁଦୁଲି, ପରିବେଶବିତ୍ର ମନୋରଂଜନ ଦାଶଙ୍କୁ ସମ୍ମାନୀତ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶାର ମେଲୋଡି କୁଇନ ଅସୀମା ପଣ୍ଡାଙ୍କ ଗୀତରେ ଦର୍ଶକ ଝୁମିଥିଲେ । ଏହି ଅବସରରେ ପ୍ରଦର୍ଶନୀ ପଡ଼ିଆରେ ବିଭିନ୍ନ ପ୍ରକାର ଷ୍ଟାଲ ପଡ଼ିଥିବାର ଦେଖିବାକୁ ମିଳିଛି । ୟୁଥଫେଷ୍ଟ ଏସୋସିଏସନର ସଦସ୍ୟ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।
