ନୀଳଗିରି ବ୍ଲକସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ଓ ସାଂସ୍କୃତିକ ସମାରୋହ
ନୀଳଗିରି : ନୀଳଗିରି ବ୍ଲକସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ କ୍ରୀଡ଼ା ଓ ସାଂସ୍କୃତିକ ସମାରୋହ ସଜନାଗଡ଼ ପଞ୍ଚାୟତ ଅଧୀନ ସଜନାଗଡ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫୦ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ନୀଳଗିରି ଗୋଷ୍ଠୀ ଶିକ୍ଷାଧିକାରିଣୀ ସ୍ନିଗ୍ଧା ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସଜନାଗଡ଼ ସରପଞ୍ଚ ପ୍ରଦୀପ ଖାଲପାଳିଆ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ଚେୟାରମେନ୍ ଚନ୍ଦ୍ରମୋହନ ବାସ୍କେ, ନୀଳଗିରି ଏବିଓ ଯୋଗେନ୍ଦ୍ର ସେଠୀ, ଲମ୍ବୋଧର ସିଂ ଓ ବ୍ଲକର ସମସ୍ତ ସିଆର୍ସିସି ଏବଂ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ପରେ ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ ନୃତ୍ୟ ସଂଗୀତ, ମ୍ୟୁଜିକ୍ ଚେୟାର, ଆଳୁଚାମଚ ଦୌଡ଼ ଓ ଅନ୍ୟାନ୍ୟ ପ୍ରତିଯୋଗୀତା ହୋଇଥିଲା । କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷକ ରୂପକ କୁମାର ପଶା ଧନ୍ୟବାଦ ଅର୍ପଣ କରିଥିଲେ ।
