ଜଳେଶ୍ୱରର ସର୍ବପୁରାତନ ଲକ୍ଷ୍ମଣନାଥ ହାଇସ୍କୁଲର ବାର୍ଷିକ ଉତ୍ସବ
ଜଳେଶ୍ୱର : ଉତ୍ତର ବାଲେଶ୍ୱର ତଥା ଜଳେଶ୍ୱରର ସର୍ବପୁରାତନ ଲକ୍ଷ୍ମଣନାଥ ହାଇସ୍କୁଲର ୧୪୬ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ପ୍ରାଣକୃଷ୍ଣ ଗିରି ସଭାପତିତ୍ୱ କରି ଛାତ୍ରଛାତ୍ରୀମାନେ ବଡ ମଣିଷ ଓ ଭଲ ମଣିଷ ହେବାଲାଗି ବିଦ୍ୟାଳୟର ଶିକ୍ଷକ-ଶିକ୍ଷିକା, ପିତାମାତାଙ୍କ ସହଯୋଗ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ବିଇଓ ଲଲାଟେନ୍ଦୁ କେଶରୀ ଜେନା ଯୋଗ ଦେଇ ଦୃଢ ମାନସିକତା ଆଦର୍ଶ ଛାତ୍ର ଗଠନରେ ସହାୟକ ହୋଇଥାଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅଜୟ କୁମାର ଜେନା, ସରପଂଚ ରଂଜନ ମହାନ୍ତି, ସମିତି ସଦସ୍ୟ ଜିତେନ୍ଦ୍ର ଦାସ, ପୁରାତନ ଛାତ୍ର ସଂସଦର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ୟାମାଚରଣ ଦାସ, ସିଆର୍ସିସି ସୁବେଶ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ କଠିନ ପରିଶ୍ରମ ଦ୍ୱାରାିଁ ଛାତ୍ରଛାତ୍ରୀଙ୍କୁ ସଫଳତା ଦେଇଥାଏ ବୋଲି କହିଥିଲେ । ସହକାରୀ ଶିକ୍ଷକ ପ୍ରଦୀପ କୁମାର ଜେନା ମଂଚ ଆହ୍ୱାନ କରିଥିବା ବେଳେ ବିଶ୍ୱମୋହିନୀ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ବିତରଣ କରାଯାଇଥିଲା । ଅପରାହ୍ନରେ ରଂଗାରଂଗ ମଂଚରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
