ନୂଆବର୍ଷର ପୂର୍ବ ସଂନ୍ଧ୍ୟାରେ ଉପରାଷ୍ଟ୍ରପତି ଜଣାଇଲେ ଅଭିନନ୍ଦନ
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଶନିବାର ଦିନ ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଧନଖଡ଼ ନିଜ ଅଭିନନ୍ଦନ ସନ୍ଦେଶରେ କହିଛନ୍ତି ଯେ ସେ ଦେଶବାସୀଙ୍କୁ ନୂଆବର୍ଷର ପୂର୍ବ ସଂନ୍ଧ୍ୟାରେ ବଧାଇ ଦେଉଛିି । ସେ କହିଛନ୍ତି ଯେ ଉଲ୍ଲାସର ଏହି ମୁହୂର୍ତ ଆମକୁ ସେହି ଅବସର ମଧ୍ୟ ପ୍ରଦାନ କରେ ଯେ ଆମେ ଭାରତର ପ୍ରଗତି ଯାତ୍ରାକୁ ଜାରି ରଖିବା ପାଇଁ, ନିଜ ପ୍ରୟାସରେ ନୂଆ ଯୋଶ ଏବଂ ଉତ୍ସାହର ସଂଚାର କରନ୍ତୁ ।
