ଆଇଟିବିପିର ଥିବା କାରଣରୁ ଭାରତ-ଚୀନ୍ ସୀମାର କୌଣସି ଚିନ୍ତା ନାହିଁ – ଅମିତ ଶାହ
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଯେତେବେଳେ ଆମେ ଭାରତ-ତିବ୍ଦତ ସୀମା ପୋଲିସ୍(ଆଇଟିବିପି)ର ଯବାନ ସୀମାରେ ଛାଉଣୀ ହୋଇଛନ୍ତି ତେବେ କାହାର ସାହସ ନାହିଁ ଯେ ଭାରତର ଏକ ଇଂଚ୍ ଜମିର ଅତିକ୍ରମଣ କରି ପାରିବେ । ବେଙ୍ଗାଲୁରରେ ଆଇଟିବିପିର ନବନିର୍ମିତ କୋଠାକୁ ଶନିବାର ଦିନ ଉଦ୍ଘାଟନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆଇଟିବିପି ସବୁଠାରୁ ଦୁର୍ଗମ ଅଂଚଳରେ କାମ କରିଥିବା ଆମର ସୁରକ୍ଷା ବଳ ଅଟେ । ଆମେ କଳ୍ପନା କରିପାରିବା ନାହିଁ ଯେ ୪୨ ଡିଗ୍ରୀ ସେଲ୍ସିୟସ୍ ତାପମାନରେ ଦେଶର ସୀମାର ସୁରକ୍ଷା କରିବା କେତେ ଦୃଢ଼ ମନୋବଳର କଥା ହୁଏ ।
