ନନ୍ଦନକାନନରେ ନୂଆ ଅତିଥି : ଜନ୍ମ ନେଲା ଏକ ଗୟଳ ଶାବକ
ଭୁବନେଶ୍ୱର : ନନ୍ଦନକାନନ ପାଇଁ ଖୁସି ଖବର । ଗୁରୁବାର ସକାଳ ସମୟରେ ନନ୍ଦନକାନନ ଖୁଆଡ ନଂ ୧୦୨ରେ ରହୁଥିବା ଗୟଳ ଏକ ଶାବକ ଜନ୍ନ ଦେଇଛି । ମା ଛୁଆ ସୁସ୍ଥ ଅଛନ୍ତି ବୋଲି ନନ୍ଦନକାନନ ଉପନିର୍ଦେଶକ ସଞିତ୍ କୁମାର ସୂଚନା ଦେଇଛନ୍ତି ।
ନବଜାତକ ଶାବକକୁ ମିଶାଇ ନନ୍ଦନକାନନର ଗୟଳ ମାନଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ପୂର୍ବରୁ ତିନୋଟି ଅଣ୍ଡିରା ଓ ଦୁଇଟି ମାଇ ଥିଲେ । ଏବେ ଏହି ଗୟଳ ଶାବକୁ ମିଶାଇ ସଂଖ୍ୟା ୬ରେ ପହଞ୍ଚିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ନବଜାତକ ଗୟଳର ଲିଙ୍ଗ ନିରୁପଣ ହୋଇ ପାରିନାହିଁ ।
