ଆକ୍ସନ ମୁଡରେ ନୂଆ ରେଳମନ୍ତ୍ରୀ : ଏଣିକି ଦୁଇଟି ସିଫ୍ଟରେ କାମ କରିବେ କର୍ମଚାରୀ
- ବଦଳିଲା କର୍ମଚାରୀଙ୍କ ଟାଇମିଂ, ହେବ ୧୮ ଘଣ୍ଟିଆ ଡ୍ୟୁଟି
ନୂଆଦିଲ୍ଲୀ : ରେଳମନ୍ତ୍ରୀ ଭାବରେ ଦାୟୀତ୍ୱ ନେଉ ନେଉ ଅଶ୍ୱିନୀ ବୈଷ୍ଣବ ବଡ ପରିବର୍ତ୍ତନ ଘୋଷଣା କରିଛନ୍ତି । ରେଳ ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମନ୍ତ୍ରଣାଳୟ ସହିତ ସଂଯୁକ୍ତ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଏଣିକି ଦୁଇଟି ସିଫ୍ଟରେ କାମ କରିବେ । ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ନୋଟିସ ଜାରି କରାଯାଇଛି । ଏଣିକି ରେଳ ମନ୍ତ୍ରଳାୟରେ ହେବ ୧୮ ଘଣ୍ଟିଆ ଡ୍ୟୁଟି । ଦୁଇଟି ସିଫ୍ଟରେ ୧୮ ଘଣ୍ଟିଆ ଡ୍ୟୁଟି କରିବାକୁ ଜାରି ହୋଇଛି ନିର୍ଦ୍ଦେଶନାମା । ଦେଶର ସମସ୍ତ ରେଳ ଅଫିସ୍ ଓ ରେଳ ମନ୍ତ୍ରଳାୟରେ ଏହାକୁ ଖୁବ୍ ଶୀଘ୍ର ଲାଗୁ କରିବାକୁ ରେଳ ମନ୍ତ୍ରଳାୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ସକାଳ ୭ ଟାରୁ ଦିନ ଅପରାହ୍ନ ୩ ଟା ଓ ଦିନ ୩ ଟାରୁ ରାତି ୧୨ ଟା ଯାଏଁ ଦୁଇଟି ସିଫ୍ଟରେ ହେବ ଡ୍ୟୁଟି । ଦେଶରେ ରେଳ ସେବା କୁ ଅଧିକ ସୁଗମ ଓ ସହଜରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ରେଳ ମନ୍ତ୍ରଳାୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି । ଅନ୍ୟପଟେ ଦେଶରେ ରେଳ ସେବାକୁ ଆଧିକ ବ୍ୟାପକ ଓ ପ୍ରସାରିତ କରିବାର ଆଭିମୁଖ୍ୟରେ ଆହୁରି ମଧ୍ୟ କିଛି ବଡ଼ ବଡ଼ ନିଷ୍ପତି ନେଇପାରନ୍ତି କେନ୍ଦ୍ରର ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ ବୋଲି ଚର୍ଚ୍ଚା ଜୋର ଧରିଛି ।
ଯେଉଁଥିରେ କୁହାଯାଇଛି ଯେ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ତ୍ରଣାଳୟର ସମସ୍ତ କର୍ମଚାରୀ ଦୁଇଟି ସିଫ୍ଟରେ କାମ କରିବେ । ପ୍ରଥମ ସିଫ୍ଟ ସକାଳ ୭ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ ଟାରୁ ଆରମ୍ଭ ହୋଇ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ । ରେଳ ବୋର୍ଡ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଏହି ନିର୍ଦ୍ଦେଶ ଅନୁଯାୟୀ କେବଳ ମନ୍ତ୍ରୀ ସେଲର ଲୋକ ଆସିବେ । ଘରୋଇ ଏବଂ ରେଳ କର୍ମଚାରୀମାନେ ପୂର୍ବ ପରି କାର୍ଯ୍ୟ କରିବେ । ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀ ଅଶ୍ୱିନୀ ବୈଷବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ରେଳବାଇ ମାଧ୍ୟମରେ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିବାକୁ ପଡିବ । ଯାହାଫଳରେ ସାଧାରଣ ମଣିଷ, କୃଷକ, ଗରିବ ଲୋକ ଏହାର ଲାଭ ପାଇବେ ।
