ବାଲେଶ୍ୱର ଟ୍ୟାକ୍ସବାର ଆସୋସିଏସନ୍ର ନୂତନ କର୍ମକର୍ତ୍ତା ମନୋନୀତ
ବାଲେଶ୍ୱର: ବାଲେଶ୍ୱର ସିଟି, ଜିଏସ୍ଟି ଅଫିସ ପରିସରରେ ଥିବା ସଭାଗୃହରେ ବାଲେଶ୍ୱର ଟ୍ୟାକ୍ସବାର ଆସୋସିଏସନ୍ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆସୋସିଏସନ୍ର ନୂତନ କର୍ମକର୍ତ୍ତା ମନୋନୀତ ହୋଇଯାଇଛି ।
ସର୍ବସମ୍ମତି କ୍ରମେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଜଗଦୀଶ ପ୍ରସାଦ ଖଣ୍ଡେଲୱାଲ, ଉପ-ସଭାପତି ସମରେନ୍ଦ୍ର ନାଥ ଦାସ, ସମ୍ପାଦକ ସୂର୍ଯ୍ୟକାନ୍ତ କର, ସହ-ସମ୍ପାଦକ ସୁବାସ ଚନ୍ଦ୍ର ମାସନ୍ତ ଓ ବିଜୟ କୁମାର ରାଉତ, କୋଷାଧ୍ୟକ୍ଷ ଲମ୍ବୋଧର ହୋତା, ଉପ-କୋଷାଧ୍ୟକ୍ଷ ଶୁଭଶ୍ରୀ ମହାପାତ୍ରଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ/କାର୍ଯ୍ୟକାରିଣୀ ସଭ୍ୟ ଭାବେ ବିକ୍ରମ କେଶରୀ ମହାନ୍ତି, ତୁଷାର ଦୋଷୀ, ଆଲୋକ ମିଶ୍ର, ଅନନ୍ତ ବାରିକ, ସୁବାସିନୀ ନାୟକ, ସିଦ୍ଧାନ୍ତ ଶଙ୍କର ମହାପାତ୍ର, ବିପ୍ଳବ ଦାସ, ଦେବାଶିଷ ମହାନ୍ତି, ଚିତ୍ତରଞ୍ଜନ ଦାସ, ଜ୍ୟୋତି ରଞ୍ଜନ ମହାନ୍ତି, ନିଶାନ୍ତ ପଟ୍ଟନାୟକ, ଯୁଧିଷ୍ଠିର ପରମାଣିକ ଏବଂ ଉପଦେଷ୍ଟା ଭାବେ ବିରେନ୍ଦ୍ର କୁମାର ସେନାପତି, ବେଣୁଧର ରାଉଳ, ଜନ୍ମଜୟ ବଳ, ଜିତେନ୍ଦ୍ର ପାଣି, ମଦନ ମୋହନ ସାହୁଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଶେଷରେ ବରିଷ୍ଠ ଆଇନଜୀବୀ ବିରେନ୍ଦ୍ର କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।
