ଇସ୍ରାଏଲର ସାଧାରଣ ନିର୍ବାଚନ ଜିତିଲେ ନେତ୍ୟାନେହୁ
Likud party leader Benjamin Netanyahu gestures as he addresses his supporters at his party headquarters during Israel's general election in Jerusalem, November 2, 2022. REUTERS/Ammar Awad
ନୂଆଦିଲ୍ଲୀ : ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’ ବିଜୟୀ ହୋଇଛି। ଏହାସହ ବେଞ୍ଜାମିନ ନେତନ୍ୟାହୁ ପୁଣି ଥରେ ଇସ୍ରାଏଲର ଶାସନ ଭାର ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଘୋଷଣା ହେବାର କିଛି ଘଣ୍ଟା ପରେ ପରେ ଇସ୍ରାଏଲ୍ ଉପରେ ହୋଇଛି ଆଖିବୁଜା ରକେଟ୍ ମାଡ। ଗାଜା ପଟି ପକ୍ଷରୁ ଏହି ରେକର୍ଡ ମାଡ କରାଯାଇଛି।
ସେନା ପକ୍ଷରୁ ସୂଚନା ମିଳିଛି ଯେ, ଗୁରୁବାର ରାତିରେ ରକେଟ୍ ଲଞ୍ଚ ହୋଇଥିବା ସାଇରନ୍ ବାଜିଥିଲା। ଏହାପରେ ଗାଜା ସୀମା ନିକଟ ଇସ୍ରାଏଲ୍ର କିସୁଫିମ୍, ଏନ୍ ହାସଲୋଶା ଓ ନରିମ୍ ସହରକୁ ସତର୍କ କରାଯାଇଥିଲା। ସେନା କହିଛି ଯେ ରାତି ପ୍ରାୟ ୧୦ଟା ସମୟରେ ଦକ୍ଷିଣ ଇସ୍ରାଏଲର ଗାଜାରୁ ଏହି ରକେଟ୍ ମାଡ ହୋଇଥିଲା। କିନ୍ତୁ ଟାର୍ଗେଟରେ ପହଞ୍ଚିବା ପୂର୍ବରୁ ଗାଜା ଷ୍ଟ୍ରିପରେ ପଡି ଯାଇଥିଲା ଏହି ରକେଟ୍।
ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନେତ୍ୟାନେହୁ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଇସ୍ରାଏଲର ସଂସଦରେ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଟତା ହାଲସ କରି ବିଜୟ ହେବା ପରେ ଏହି ଆକ୍ରମଣ ହୋଇଛି। ଇସ୍ରାଏଲ୍ରେ ହୋଇଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ୟାର ଲାପିଡଙ୍କ ପାର୍ଟିକୁ ନେତନ୍ୟାହୁ ପରାଜିତ କରିଛନ୍ତି। ଲାପିଡ୍ ନିଜ ପରାଜୟକୁ ସ୍ୱୀକାର କରିଛନ୍ତି। ଏହାସହ ବିଜୟ ପାଇଁ ନେତନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାଧାରଣ ନିର୍ବାଚନରେ ୧୨୦ ସଦସ୍ୟ ବିଶିଷ୍ଟ ଇସ୍ରାଏଲ ସଂସଦରେ ନେତନ୍ୟାହୁଙ୍କ ପାର୍ଟି ବିଜୟୀ ହୋଇଛି। ପ୍ରାୟ ୯୦ ପ୍ରତିଶତ ମତଗଣନା ସମୟରେ ହିଁ ନେତନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇଥିଲା। ରାତିରେ ତାଙ୍କ ବିଜୟ ଉପରେ ମୋହର ବାଜିଥିଲା।
