ଏନ୍.ସି.ସି. କ୍ୟାଡେଟ୍ ଙ୍କ ଦ୍ୱାରା ପୁନୀତ ସାଗର ଅଭିଯାନ
କେନ୍ଦୁଝର : ପୁନୀତ ସାଗର ଅଭିଯାନ ସପ୍ତାହ ପାଳନ ଅବସରରେ କେନ୍ଦୁଝରସ୍ଥିତ ୧୪ ଓଡ଼ିଶା ବାଟାଲିୟନ ର ଏନ୍.ସି.ସି. କ୍ୟାଡେଟ ଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ମଙ୍ଗଳବାର କେନ୍ଦୁଝର ସହର ରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ କରିବା ପାଇଁ ଏକ ସଚେତନତା ରାଲି କରାଯାଇଥିଲା । କମାଣ୍ଡିଂ ଅଫିସର ଏମ୍. ଚନ୍ଦ୍ରଶେଖର ରାଓ ଙ୍କ ନିର୍ଦ୍ଦେଶମତେ ସୁବେଦାର ଅଶୋକ ଏଚ୍, ହାବିଲଦାର ରାଜୀବ କୁମାର ମିଶ୍ର, ଡି. ଡି. କଲେଜ୍ ର ଲେଫଟନାଣ୍ଟ ସଲମା କିସ୍କୁ, ପୋଲିସ ହାଇସ୍କୁଲ ର ଏନ୍.ସି.ସି. ଅଫିସର ବିଜୟ କୁମାର ବେହେରା, ଡି. ଏନ୍. ହାଇସ୍କୁଲ ର ଏନ୍.ସି.ସି. ଅଫିସର ସୁରେନ୍ଦ୍ର କୁମାର ପଇଦା ଙ୍କ ତତ୍ୱାବଧାନରେ ଡି.ଡି. କଲେଜ, ପୋଲିସ ହାଇସ୍କୁଲ,ଡି. ଏନ୍. ହାଇସ୍କୁଲ ର ୧୨୦ ଜଣ କ୍ୟାଡେଟ ଏହି ସଚେତନତାତ୍ମକ ରାଲି ରେ ଅଂଶ ଗ୍ରହଣ କରି ପ୍ଲାଷ୍ଟିକ ବର୍ଜନ ତଥା ଜଳାଶୟ ଗୁଡ଼ିକ କିପରି ଆବର୍ଜନା ମୁକ୍ତ ରହି ପାରିବ ତାହା ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମ ରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।
