ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ନୀଳମଣି ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦର ସଭାପତି ଜୟନ୍ତ କୁମାର ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ଭୂତତ୍ତ୍ୱ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ଅସୀମ ଅମିତାଭ ପ୍ରଧାନ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟର ପ୍ରକାରଭେଦ, କାରଣ, ନିରାକରଣ ଓ ପୂର୍ବପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ ।
ସମ୍ମାନିତ ଅତିଥି ଶାନ୍ତିଲତା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ମନୋରଞ୍ଜନ ବେହେରା ଓ ଅବସରପ୍ରାପ୍ତ ଜେଟିଓ ସୁଧାକର ଗିରି ମଞ୍ଚାସୀନ ହୋଇ ବିପର୍ଯ୍ୟୟ ମୁକାବିଲା ଦିଗରେ ଆଲୋଚନା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାବଧାନତା ଓ ସତର୍କତା ଅବଲମ୍ବନ କରିପାରିଲେ ଏହି ବିପଦରୁ ସୁରକ୍ଷା ମିଳିପାରିବ ବୋଲି କର୍ମଶାଳା ମାଧ୍ୟମରେ ଅବଗତ କରାଯାଇଥିଲା । ସଦସ୍ୟ ଗୋପାଳ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ କ୍ଷ ଅଧ୍ୟାପକ ହିରଣ୍ୟ କୁମାର ବିଶ୍ୱାଳ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଦେବେନ୍ଦ୍ର ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସିଦ୍ଧାନ୍ତ ସିଂହ, ଜୀବନକୃଷ୍ଣ ସାହୁ, କବିତା ବେହେରା, ବନିତା ପାତ୍ର, ସୁଶାନ୍ତ ବର, ଶୁଭସ୍ମିତା ରାଜ ଓ ରାଜନନ୍ଦିନୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପକ ଶ୍ରୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
