ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ
କେନ୍ଦୁଝର : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ଡ଼. କୁଳମଣି ପ୍ରଧାନ ଙ୍କ ସଭାପତିତ୍ୱ ରେ ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି । ଆୟୋଜିତ ସଭା ରେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ସେବକ ଚନ୍ଦ୍ର ସାହୁ, ପ୍ରାଧ୍ୟାପକ ମହେଶ କୁମାର ଚାଟର୍ଜୀ, ସୁଧାଂଶୁ ଶେଖର ସାହୁ ଓ ରାଜେନ୍ଦ୍ର କୁମାର ମହାନ୍ତ ଯୋଗ ଦେଇଥିଲେ । ଅତିଥି ଗଣ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ବିବେକାନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଯୁବ ଶକ୍ତି କିପରି ଦେଶ ମାତୃକା ର ସେବା ରେ ବିନିଯୋଗ ହୋଇ ପାରିବ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ । ସଭାପତି ତଥା ରେଡ଼କ୍ରସ ପରାମର୍ଶ ଦାତା ଡ଼. ପ୍ରଧାନ ଉଦବୋଧନ ଦେଇ କହିଥିଲେ ଯେ ଯୁବ ଶକ୍ତି ର ସାମର୍ଥ୍ୟ ଓ ବିକାଶ ରେ ଦେଶ ର ସାମଗ୍ରିକ ବିକାଶ ସମ୍ଭବ । ତେଣୁ ମହାନ ସନ୍ୟାସୀ, ସନ୍ଥ ସ୍ୱାମୀ ବିବେକାନନ୍ଦ ଙ୍କ ଜନ୍ମ ଦିନର ସ୍ମୃତି ପାଇଁ ଭାରତ ସରକାର ଙ୍କ ଅବଦାନ ଏହି ଦିନ ସମସ୍ତ ଯୁବ ବର୍ଗ ଙ୍କ ସାମୁହିକ ବିକାଶ ପାଇଁ ଲକ୍ଷ୍ୟ ସ୍ଥିର କରିବାର ସମୟ । ତେଣୁ ସତ୍ୟନିଷ୍ଠ ଓ ନିଃସ୍ୱର୍ଥପର ସେବା ଯୋଗାଇ ଏ ଦେଶର କର୍ଣ୍ଣଧାର ସାଜିବାକୁ ଯୁବ ସମାଜ କୁ ସେ ଆହ୍ୱାନ ଦେଇଥିଲେ । ଛାତ୍ରୀ ସୌଦାମିନୀ ମହାନ୍ତ ଯୁବ ଶକ୍ତି ର ବିକାଶ ଉପରେ ବକ୍ତବ୍ୟ ରଖିଥିଲେ । ଶେଷରେ ସତ୍ୟବତୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
