ଏମପିସି କଲେଜ ରେ ଜାତୀୟ ଯୁବ ଦିବସ ପାଳନ
ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ଏନଏସଏସର ପ୍ରୋଗ୍ରାମ ଅଫିସର ଡ଼ଃ ଅନାମ ଚରଣ ରାଉଳ, ଡ଼ଃ ପ୍ରିୟବ୍ରତ ବେହେରା ,କୁମାରୀ ରଂଜନା ରାଣୀ ସିଂ ଓ ମହାବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୁଧୀର କିସ୍କୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଡ଼ଃ ଅନାମ ଚରଣ ରାଉଳ ଉପସ୍ଥିତ ଥିବା ସମସ୍ତଙ୍କୁ ଯୁବ ଦିବସ ଅବସରରେ ସ୍ୱାଗତ ଜଣାଇଥିବା ବେଳେ, ସ୍ୱେଛାସେବୀ ଦକ୍ଷଜା ମିଶ୍ର ଜାତୀୟ ଯୁବ ଦିବସ ପାଳନର ଲକ୍ଷ ସମ୍ପର୍କରେ ବୁଝାଇ ଥିଲେ । ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ମୁଖ୍ୟ ସ୍ୱେଛାସେବୀ ଆଦର୍ଶ କୁମାର ରାଉତଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିପାଳିତ ହୋଇଥିବା ବେଳେ, ଡ଼ଃ ପ୍ରିୟବ୍ରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
