ନନ୍ଦପୁର ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାରବିତରଣ ସଭା ଶନିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏକ ସଭା ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପୀତବାସ ମହାରାଜ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରେମଲତା ବିଶ୍ୱାଳ, ସମିତିସଭ୍ୟା ମାଧବୀଲତା ଭୋଇ, ତିହିଡ଼ି ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ରମାକାନ୍ତ ଦାସ, ସିଆରସିସି ରାଜେନ୍ଦ୍ର ନାରାୟଣ ଦାସ, ସମାଜସେବୀ ରବିନ୍ଦ୍ର ପୁହାଣ, ରୁପେଶ ସାହୁ, ରାମଚନ୍ଦ୍ର ତ୍ରିପାଠୀ, ଅନ୍ନପୂର୍ଣ୍ଣା ମହାନ୍ତି ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ୨୦୨୨-୨୩ ଶିକ୍ଷା ବର୍ଷର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ ଉତ୍ସବରେ ତ୍ରିଲୋଚନ ଦାସ, ଦେବାନନ୍ଦ ବିଶ୍ୱାଳ, ବିକାଶ ଚନ୍ଦ୍ର ପାଲ, ପୁଷ୍ପାଞ୍ଜଳି ପାଣିଗ୍ରାହୀ, ଶୁଭକାନ୍ତୀ ବେହେରା, ମନ୍ଦାକିନୀ ବେହେରା, ବସନ୍ତ ମଂଜରୀ ବିଶ୍ୱାଳ, ବିପିନ ଚନ୍ଦ୍ର ଦାସ, ସନ୍ତୋଷ ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
