ଆଜି ଠାରୁ ପୁଣି ଖୋଲିବ ନନ୍ଦନକାନନ, କରୋନା ଗାଇଡ୍ଲାଇନ୍ ମାନି ବୁଲିପାରିବେ ପର୍ଯ୍ୟଟକ
ଭୁବନେଶ୍ୱର : ଆଜି ଠାରୁ ପୁଣି ଖୋଲିବ ନନ୍ଦନକାନନ । କରୋନା ଗାଇଡ୍ଲାଇନ୍ ମାନି ବୁଲିପାରିବେ ପର୍ଯ୍ୟଟକ । ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ନନ୍ଦନକାନନର ୱେବସାଇଟ ମାଧ୍ୟମରେ ଅନଲାଇନ ଓ ଅଫଲାଇନରେ ଟିକେଟ ବୁକ କରି କୋଭିଡ୍ର ସମସ୍ତ ନିୟମ ମାନି ବୁଲିପାରିବେ ।
ପୂର୍ବରୁ ବଟାନିକାଲ ଗାର୍ଡେନରେ ଭୋଜି ପାଇଁ ପିଣ୍ଡି ଓ କଟେଜ ବୁକିଂ କରିଥିବା ପର୍ଯ୍ୟଟକ ମାନେ ନନ୍ଦନକାନନର ୧୦ କାର୍ଯ୍ୟଦିବସ ମଧ୍ୟରେ ସେମାନଙ୍କର ଟଙ୍କା ଫେରସ୍ତ ପାଇବେ ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । କିନ୍ତୁ ବଣଭୋଜି କରିବାକୁ ବାରଣ କରାଯାଇଛି । ବଣଭୋଜିକୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।ଓମିକ୍ରନ୍ ସଂକ୍ରମଣକୁ ଆଖି ଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନକୁ ଗତ ଡିସେମ୍ବର ୩୦ ତାରିଖରୁ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା ।
