ଅର୍ଜୁନବିନ୍ଧା-ମଧୁପୁର ରାସ୍ତା ସମ୍ପ୍ରସାରଣର ଶିଳାନ୍ୟାସ କଲେ ସାଂସଦ
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ତିହିଡ଼ି : ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧୀନ ଅର୍ଜୁନବିନ୍ଧା-ମଧୁପୁର ରାସ୍ତା ସଂପ୍ରସାରଣର ଶିଳାନ୍ୟାସ ଉତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ସଭାପତ୍ୱ କରି କହିଥିଲେ ଯେ ଦୀର୍ଘଦିନ ହେବ ଏହି ରାସ୍ତା ଅବହେଳିତ ଅବସ୍ଥାରେ ରହିଥିଲା । ଯାହାଫଳରେ ଲୋକମାନେ ବହୁ କଷ୍ଟରେ ଯାତାୟତ କରୁଥିଲେ । ପରେ ରାସ୍ତା ନିର୍ମାଣ ହୋଇଥିଲା । ଏବେ ଏହି ରାସ୍ତାର ସଂପ୍ରସାରଣ କରାଯାଇ ଲୋକମାନଙ୍କୁ ଯାତାୟତରେ ଆହୁରି ସୁବିଧା କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖି ସଂପ୍ରସାରଣ କରିବା ପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି । ରାସ୍ତା ସଂପ୍ରସାରଣରେ ଜଳନିସ୍କାସନ ପାଇଁ କଲଭର୍ଟ ନିର୍ମାଣ କରାଯିବ । ଯେଉଁଥିରେ ଚାଷୀ ଓ ଲୋକମାନଙ୍କର କୌଣସି ଅସୁବିଧା ହେବନାହିଁ ବୋଲି କହିଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀମତୀ ମଣ୍ଡଳ ଯୋଗ ଦେଇ ଗମନାଗମନ ଓ କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର ବହୁ ଅର୍ଥ ବ୍ୟୟ କରୁଛନ୍ତି । ଏହି ଅର୍ଜୁନବିନ୍ଧା-ମଧୁପୁର ରାସ୍ତା ସମ୍ପ୍ରସାରଣ ହେଲେ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଅଧିବାସୀମାନେ ବିଶେଷଭାବେ ଉପକୃତ ହୋଇପାରିବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲାପରିଷଦ ସଭ୍ୟ ଅମୂଲ୍ୟ ମାଝୀ, ବିଜେଡି ବରିଷ୍ଠ ନେତା ବୈଲୋଚନ ନାୟକ ଓ ହରିଶ୍ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରଭାତ ମିଶ୍ର, ପ୍ରଶାନ୍ତ ବିଶ୍ୱାଳ, ପୂର୍ବତନ ସରପଞ୍ଚ ମାନସ କୁମାର ସାହୁ, ସମିତିସଭ୍ୟ ପ୍ରତିନିଧି ଗୋପବନ୍ଧୁ ସେନାପତି, ବିଜେଡି ନେତା ବିପିନ କୁମାର ରାଉତ, ଲିଙ୍ଗରାଜ ନାୟକ, ଜିତେନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ଓଝା, ଗଙ୍ଗାଧର ସାହୁ, ପ୍ରଫୁଲ୍ଲ ଦାସ, ଭାଗିରଥି ବାରିକ, ଅରୁଣ ମହାନ୍ତି, ନୃସିଂହ ମହାକୁଡ଼ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ । ଏହି ୪କିମି. ୭୦୦ମିଟର ଲମ୍ବ ଓ ୧୮ମିଟର ଓସାର ବିଶିଷ୍ଟ ରାସ୍ତା କଂକ୍ରିଟକରଣ ପାଇଁ ୭କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ରାସ୍ତାରେ ଜଳ ନିସ୍କାସନ ପାଇଁ ୭ଟି କଲଭର୍ଟ କରାଯିବ ବୋଲି ପୂର୍ତ୍ତ ବିଭାଗ ଏସଡିଓ ଡମ୍ବରୁଧର ମଣ୍ଡଳ ସୂଚନା ଦେଇଛନ୍ତି ।
