ଦେଶରେ ଦିଆଗଲାଣି ୨୧୯.୭୧ କୋଟିରୁ ଅଧିକ କରୋନା ଟୀକା
ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ଶନିବାର ସକାଳ ୮ ଟା ସୁଦ୍ଧା ୨୧୯ କୋଟି ୭୧ ଲକ୍ଷ ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୨୫ ହଜାର ୪୨୦ ରୁ ଅଧିକ ଟିକା ଦିଆଯାଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ଶନିବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୧୯.୭୧ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଗତ ୨୪ ଘଂଟାରେ ଦେଶରେ ସମୁଦାୟ ଆକ୍ଟିଭ୍ କେସ ୧୫,୨୦୦ ଅଛି ।
