ସ୍କ୍ରାପ ହେବ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡି
ଭୁବନେଶ୍ୱର : ୧୫ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା , ଫିଟନେସ ନଥିବା ଗାଡ଼ି ଗୁଡ଼ିକୁ ସ୍କ୍ରାପ କରାଯିବ । ଏହିପରି ୨୦ ଲକ୍ଷରୁ ଅଧିକ ପୁରୁଣା ଗାଡ଼ିକୁ ହଟାଯିବ । ଏଥିମଧ୍ୟରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମଟର ସାଇକେଲ ଓ ସ୍କୁଟର ରହିଛି । ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଏହି ଗାଡ଼ିକୁ ସ୍କ୍ରାପ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତର ରଖି ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତମାନ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି । ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ ପାଇଁ ରାଜ୍ୟ ସରକାର ସ୍କ୍ରାପ ପଲିସି ୨୦୨୨ର ପ୍ରଣୟନ କରିଛନ୍ତି ।
