ଭାରତ ଭିତିଭୂମି କ୍ଷେତ୍ରରେ କରୁଛି ଅଭୂତପୂର୍ବ ପୁଞ୍ଜି ବିନିଯୋଗ : ପ୍ରଧାନମନ୍ତ୍ରୀ
ଭିଡିଓ କନଫରେନ୍ସିଂରେ ବିଜେପିର ମେୟର ସମ୍ମିଳନୀରେ ଉଦ୍ବୋଧନ ଦେଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ କହିଛନ୍ତି ଭାରତ ଭିତିଭୂମି କ୍ଷେତ୍ରରେ ଅଭୂତପୂର୍ବ ପୁଂଜି ବିନିଯୋଗ କରୁଛି । ପ୍ରଧାନମନ୍ତ୍ରୀ ଭିଡିଓ କନଫ୍ରେନସିଂ ଜରିଆରେ ଗୁଜରାତର ଗାନ୍ଧୀନଗର ଟାରେ ବିଜେପି ମହାପୌର ମାନଙ୍କର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ।
ସେ କହିଛନ୍ତି ଯେ ୨୦୧୪ ମସିହା ଯାଏ ଦେଶରେ ମେଟ୍ରୋ ରେଳ ନେଟବର୍କ ୨୫୦ କିମିରୁ କମ ଥିଲା । ଆଜି ଏହା ବଢି ୭୭୫ କିମିରୁ ଅଧିକ ହୋଇ ସାରିଛି । ସେ କହିଛନ୍ତି ଯେ ସ୍ୱାଧାନତାର ଅମୃତ କାଳରେ ଆଗାମୀ ୨୫ ବର୍ଷରେ ଭାରତର ସହର ବିକାଶ କ୍ଷେତ୍ରରେ ରୋଡ ମ୍ୟାପ ତିଆରି କରିବାକୁ ଏହି ସମ୍ମିଳନୀର ବଡ ଭୂମିକା ରହିବ । ସେ କହିଛନ୍ତି ଯେ ନିର୍ବାଚନକୁ କେନ୍ଦ୍ରରେ ରଖି କରା ଯାଉଥିବା ବିଚାର ଦ୍ବାରା ସହରର କେବେ ହେଲେ ଭଲ ହେବେ ନାହିଁ । ସହର ଗୁଡିକର ନିୟୋଜନ ବିକେନ୍ଦ୍ରୀୃକୃତ ଭାବେ କରା ଯିବା ଉଚିତ । ଏହା ରାଜ୍ୟ ସ୍ତରରେ ମଧ୍ୟ କରା ଯିବା ଉଚିତ । ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ବିଚାର କେବଳ ନିର୍ବାଚନକୁ ଆଖି ଆଗରେ ରଖି କରାଗଲେ ଏହା ଠିକ ହେବ ନାହିଁ ବୋଲି ସେ କହିଛନ୍ତି ।
