ବିଧାୟକ ବଦ୍ରି ପାତ୍ରଙ୍କ ଅବସ୍ଥା ଗୁରୁତର : ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାର ଲିଫ୍ଟ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି । ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ଏୟାର ଲିଫ୍ଟ କରାଯାଇଛି । ଏୟାର ଲିଫ୍ଟ ହୋଇଥିବା ନେଇ ପୁଅ ଦେବପ୍ରିୟ ପାତ୍ର ସୂଚନା ଦେଇଛନ୍ତି ।
ସୂଚନା ଯେ, ଶୁକ୍ରବାର ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ବିଧାୟକ ବଦ୍ରି ନାରାୟଣ ପାତ୍ର । ପରେ ତାଙ୍କର ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା ପରେ ତାଙ୍କ ହାର୍ଟରେ ଦୁଇଟି ଆଟେରୀ ବ୍ଲକେଜ୍ ଥିବା ଜଣାପଡିଥିଲା । ସେଠାରୁ ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରି ଦୁଇଟ ଷ୍ଟେନ୍ ଲଗାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଇଣ୍ଟନାଲ ବ୍ଲିଡିଂ ସମସ୍ୟା ଦେଖାଦେଇଥିଲା । ଏନେଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକରୁ ଅଦିକ ଗୁରୁତର ହେବାରେ ଲାଗିଲା । ସେଥିପାଇଁ ତାଙ୍କୁ ହାଇଦ୍ରାବାଦକୁ ଏୟାର ଲିଫ୍ଟ କରାଯାଇଛି ।
