ତଳମୁହାଁ ପାରଦ : ଆଗକୁ ଆହୁରି ବଢ଼ିବ ଶୀତ
ଭୁବନେଶ୍ୱର : ଲଘୁଚାପ ବର୍ଷା ପରେ ତଳମୁହାଁ ପାରଦ। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗକୁ ଆହୁରି ବଢ଼ିବ ଶୀତ। ୩ରୁ ୪ ଦିନ ଭିତରେ ଧୀରେଧୀରେ ୩ରୁ ୪ ଡିଗ୍ରୀ ପଯର୍ୟନ୍ତ ଖସିପାରେ ପାରଦ। ଭୁବନେଶ୍ୱରରେ ୧୭ ଡିଗ୍ରୀକୁ ଖସିପାରେ ସର୍ବନିମ୍ନ ତାପମାତ୍ରା। ତେବେ ଆଜିଠୁ ୧୪ ତାରିଖ ପଯର୍ୟନ୍ତ ପାଗ ଶୁଖିଲା ରହିବ। ୩ରୁ ୪ ଦିନ ପରେ ପୁଣି ଥରେ ତାପମାତ୍ରା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
