ଅମିତାଭ ମିଶ୍ରଙ୍କ ସ୍ମୃତି ରେ ଏମକେସି ପୁସ୍ତକ ଲୋକାର୍ପିତ
ବାରିପଦା : ସରକାରୀ ଉଚ୍ଚ ବିଦ୍ୟାଳୟ, କଂଟାପାଳର ପ୍ରଧାନଶିକ୍ଷକ ଅମିତାଭ ମିଶ୍ରଙ୍କ ଲିଖିତ ପୁସ୍ତକ ସ୍ମୃତିରେ ଏମକେସି ଲୋକାର୍ପିତ ହୋଇଯାଇଛି । ଶ୍ରୀ ମିଶ୍ର ଙ୍କର ଏମକେସି ହାଇସ୍କୁଲରେ ପନ୍ଦର ବର୍ଷର ରହଣି ମଧ୍ୟରେ ସେ ସାଉଁଟିଥିବା କିଛି ସ୍ମୃତି ଓ ବିରଳ ସ୍ଥିରଚିତ୍ର ପୁସ୍ତକରେ ସ୍ଥାନିତ ହୋଇଛି ।ପୁସ୍ତକର ପ୍ରକାଶନ ଦାୟିତ୍ୱ ମୟୂରଭଂଜ ସାହିତ୍ୟ ଏକାଡେମୀ ବହନ କରିଛନ୍ତି । ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ ସରୋଜ ନାୟକ, ଅଧ୍ୟାପକ ସମରେନ୍ଦ୍ର କୁମାର ବସା, ସାହିତ୍ୟିକ ଇଂ ମାନସ ଷଡଙ୍ଗୀ, ଅଧ୍ୟାପକ ଅଶୋକ କୁମାର ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପଣ କରିଥିଲେ । ଶ୍ରୀ ମିଶ୍ର ଙ୍କ ଲିଖିତ ଅନ୍ୟାନ୍ୟ ପୁସ୍ତକ ଭଳି ଏହି ପୁସ୍ତକଟି ପାଠକୀୟ ସ୍ୱୀକୃତି ଲାଭ କରିବ ବୋଲି କୁହାଯାଇଛି ।
