ବ୍ରଜସୁନ୍ଦର ଦାସ ମେମୋରିଆଲ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଂଜ ଫୁଟବଲର ପ୍ରବାଦ ପୁରୁଷ ସ୍ୱର୍ଗୀୟ ବ୍ରଜ ସୁନ୍ଦର ଦାସଙ୍କ ସ୍ମୃତିରେ ମୟୁରଭଂଜ ଭେଟେରାନ ସ୍ପୋର୍ଟସ ପାର୍ସନ୍ସ ଏସୋସିଏସନ ଆନୁକୂଲ୍ୟରେ ୨୦ ତମ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ଓ ଏ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ରାଜାବସା, ଶଙ୍ଖାଭଙ୍ଗା, କୁଆବୁଡ଼ା, ଏମ କେ ସି, ଶ୍ରୀପଦଗଂଜ, କୁଜିଡ଼ିହି, ଚାନ୍ଦୁଆ ଏସଏସଡି ଓଜିପି ଉଚ୍ଚ ବିଦ୍ୟାଳୟ ସମେତ ମୋଟ ୮ ଟି ବିଦ୍ୟାଳୟର ଫୁଟବଲ ଦଳ ଅଂଶ ଗ୍ରହଣ କରିଥିଲେ ଓ ଶେଷରେ କୁଜିଡ଼ିହି ଓ ଏମ କେ ସି ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଓ ନିର୍ଦ୍ଧାରିତ ସମୟରେ ଖେଳ ଅମିମାଂଶିତ ହେବାରୁ ଟାଇ ବ୍ରେକର ଜରିଆରେ ଏମ କେ ସି କୁଜିଡ଼ିହି ଉଚ୍ଚ ବିଦ୍ୟାଳୟକୁ ୩-୧ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ ଓ ଯଶୋବନ୍ତ ମହାନ୍ତ, ବିଶ୍ୱନାଥ ଦାସ ଓ ଫାଗୁରାମ ହେମ୍ବ୍ରମ ଆଜିର ଖେଳମାନ ପରିଚାଳନା କରିଥିଲେ ଓ ଚମ୍ପିୟାନ ଦଳକୁ ନଗଦ ୩ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ନଗଦ ୨ ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିଲା ଓ ମୟୁରଭଂଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ଭେଟେରାନ ସ୍ପୋର୍ଟସ ପାର୍ସନ୍ସ ଆସୋସିଏସନର ସଭାପତି ଦୀନବନ୍ଧୁ ସିଂହ, ଉପ ସଭାପତି ନିରଂଜନ ସାହୁ, ଜ୍ଞାନ ରଂଜନ ତ୍ରିପାଠୀ, ସମ୍ପାଦକ ବନ ବିହାରୀ ମତଗଜ, କୋଷାଧକ୍ଷ ବିଜୟ କୁମାର ଦାସ (ମଂଟୁ ଦା ), ଯୁଗ୍ମ ସମ୍ପାଦକ ଅମୁଲ୍ୟ କୁମାର ମିଶ୍ର, ସଦସ୍ୟ ରମେଶ ଚନ୍ଦ୍ର ରାଉତ, ସନ୍ଦୀପ ଆଚାର୍ଯ୍ୟ, ପଦ୍ମ ଲୋଚନ ଗିରି, କିଶନ ଲାଲ ସାହା, କମଲ ଗୋସ୍ୱାମୀ ଓ କ୍ରୀଡା ଶିକ୍ଷକ ଦୀପକ ରାମ, ଜିମନାଷ୍ଟିକ କୋଚ ବିନୋଦ ରାମ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ବରିଷ୍ଠ କ୍ରୀଡା ପ୍ରଶିକ୍ଷକ କୁମାର ରଂଜନ ପଣ୍ଡା ଓ ମିଡ଼ିଆ ସଂଯୋଜକ ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I
