ମିତାଲି ରାଜଙ୍କ ନୂତନ ବିଶ୍ଵ ରେକର୍ଡ
- ଗୋଟିଏ ଦିନରେ ହାସଲ କଲେ ୨ଟି ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ : ଭାରତୀୟ ମହିଳା ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ମିତାଲିଙ୍କ ଏହିଭଳି ନୂଆ ରେକର୍ଡ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ହାସଲ କରିଥିଲେ । ମିତାଲି ଅନ୍ତର୍ଜାତୀୟ କ୍ରିକେଟ୍ରେ ସବୁଠୁ ଅଧିକ ରନ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହି ମାମଲାରେ ସେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଚାର୍ଲୋଟ୍ ଏଡଓ୍ଵର୍ଡ୍ସଙ୍କୁ ପଛରେ ପକାଇଛନ୍ତି। ମିତାଲି ଏବେ ତିନି ଫର୍ମାଟ୍ରେ ମୋଟ୍ ୧୦୨୭୭ ରନ କରିଛନ୍ତି। ୩୮ ବର୍ଷୀୟ ମିତାଲି ଇଂଲଣ୍ଡ ବିପକ୍ଷରେ ଓ୍ଵସେଷ୍ଟରରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ୨୨୦ ରନର ଲକ୍ଷ୍ୟକୁ ପିଛା କରି ୨୪ତମ ଓଭରରେ ଏଡଓ୍ଵର୍ଡ୍ସଙ୍କ ୧୦୨୭୩ ରନ ରେକର୍ଡ ଭାଙ୍ଗିଛନ୍ତି। ସେ ଦ୍ରୁତ ବୋଲର ନଟ୍ ସାଇବରଙ୍କ ବଲ୍ରେ ଚୌକା ମାରି ନୂତନ ବିଶ୍ଵ ରେକର୍ଡ କରିଛନ୍ତି। ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ୭୮୪୯ ରନ ସହିତ ସର୍ବାଧିକ ରନ ତାଲିକାରେ ତୃତୀୟ ନମ୍ବରରେ ରହିଛି ମିତାଲି ରାଜ ୨୦୧୭ ଜୁଲାଇ ୧୨ରେ ବିଶ୍ଵ କପର ୧୧ତମ ସଂସ୍କରଣର ଲିଗ୍ ପର୍ଯ୍ୟାୟରେ ଏଡଓ୍ଵର୍ଡ୍ସଙ୍କୁ ପଛରେ ପକାଇ ଦିନିକିଆ ମ୍ୟାଚ୍ରେ ସର୍ବାଧିକ ରନହାସଲକାରୀ ବ୍ୟାଟସମ୍ୟାନ ହୋଇ ପାରିଥିଲେ।
ମିତାଲି ରାଜ ଇଂଲଣ୍ଡର ପୂର୍ବତନ ଅଧିନାୟିକା ଚାର୍ଲୋଟ ଆଡୱର୍ଡ (୧୦,୨୭୩)ଙ୍କୁ ପଛରେ ପକାଇ ମହିଳା ଅନ୍ତର୍ଜାତୀୟ କ୍ରିକେଟର ୩ଟି ଫର୍ମାଟରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ତାଙ୍କ ନାଁରେ ଏବେ ୧୦ ହଜାର ୩୩୭ ରନ ଯୋଡ଼ି ହୋଇଯାଇଛି । ୩୮ ବର୍ଷୀୟ ମିତାଲୀ ଇଂଲଣ୍ଡ ବିପକ୍ଷରେ ୩ୟ ଦିନିକିଆରେ ଲକ୍ଷ ପଛରେ ଗୋଡେଇ ୨୪ତମ ଓଭରରେ ନେଟ ସାଇଭରଙ୍କ ବଲରେ ଚୌକା ମାରିଥିଲେ । ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ ତାଲିକାର ୩ୟ ସ୍ଥାନରେ ନ୍ୟୁଜିଲାଣ୍ଡର ସୂଜୀ ବେଟ୍ସଙ୍କ ନାମ ରହିଛି । ସେ ୭୮୪୯ ରନ୍ କରିଛନ୍ତି । ମିତାଲି ରାଜଙ୍କ ନେତୃତ୍ୱରେ ଭାରତୀୟ ଟିମ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି । ବାରସେଷ୍ଟରରେ ଖେଳାଯାଇଥିବା ୩ୟ ତଥା ଅନ୍ତିମ ଦିନିକିଆରେ ମିତାଲି ରାଜ ଆଉଏକ ରେକର୍ଡ କରିଛନ୍ତି । ସେ ବିଶ୍ୱର ଅନ୍ୟ ଦଳ ତୁଳନାରେ ନିଜର ଟିମକୁ ସର୍ବାଧିକ ମ୍ୟାଚ(୮୪)ରେ ବିଜୟୀ କରାଇଛନ୍ତି । ଅଷ୍ଟ୍ରେଲିଆର ବେଲିଡା କ୍ଲାର୍କ ୮୩ଟି ମ୍ୟାଚ ନିଜ ଦଳକୁ ଜିତାଇଥିଲେ ।
