ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତି ମହିଳା
ଭୁବନେଶ୍ୱର : ବିଭିନ୍ନ ଜିଲ୍ଲାର ମିଶନ ଶକ୍ତି ମହିଳାମାନେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେ ସାକ୍ଷାତ କରିଛନ୍ତି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ମା’ମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କଲି । ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ମା ମାନେ ସଫଳତା ହାସଲ କରୁଥିବାବେଳେ ସେମାନଙ୍କ ଅର୍ଥନୈତିକ ସଶକ୍ତିକରଣ ବିଷୟରେ ଜାଣି ଖୁସି ହେଲି । ସମସ୍ତଙ୍କୁ ମୋର ସାଧୁବାଦ ଜଣାଉଛି ।
