କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ ପ୍ରମୋଦ କୁମାର ମେହେର୍ଦ୍ଦା
- ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ
ଭୁବନେଶ୍ୱର : ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ୨ଜଣ ଆଇଏଏସଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଜଣେ ଆଇଏଏସ ଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆଇଏଏସ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଅନୁମତି ଦେଇଛନ୍ତି ସରକାର ।
ସୂଚନା ଯେ,, ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପ୍ରଶାସନିକ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ ପ୍ରମୋଦ କୁମାର ମେହେର୍ଦ୍ଦା । ଏନଏଫଏସଏମ ଏମ୍ଡି ଭାବେ ଦାୟିତ୍ବ ତୁଲାଇବେ ପ୍ରମୋଦ ମେହେର୍ଦ୍ଦା ।
