ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଜଣେ ଅସହାୟ ମହିଳା ରୋଗୀଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ମଶାନକୁ ନେଇ ମୁଖାଗ୍ନି ଦେବା ସହ ମହାନଦୀରେ ଅସ୍ଥି ବିସର୍ଜନ କରିଛନ୍ତି ଭୀମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ । ଫଳରେ ରାମଚନ୍ଦାନୀଙ୍କ ମହାନତାକୁ ନେଇ ଟ୍ବିଟ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଭଳି କାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
Appreciation for Dr. Shankar Ramchandani, an Assistant Professor in VIMSAR Burla for coming forward to perform the last rites of a 62-year-old destitute woman to give her a dignified farewell. This compassionate gesture will set an example in society.
— CMO Odisha (@CMO_Odisha) September 1, 2021
https://t.co/2tSVY1gcbp
ସୂଚନା ଯେ, ଗତ ୨୦୧୮ ଜୁଲାଇ ୧୨ରେ ସୋନପୁର ବୀରମହାରାଜପୁର ଜଲେବିରା ଗାଁର ବୃଦ୍ଧା ପୁଷ୍ପାଂଜଳୀ ବାଗ ପକ୍ଷାଘାତ ଯୋଗୁଁ ଭୀମସାରରେ ଭର୍ତ୍ତି ହୋଇଥିଲେ । କିଛି ଦିନ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରେ ଛାଡି ଚାଲିଗଲେ ପରିବାର ଲୋକେ । ଏହା ଦେଖି ସେହିଦିନଠାରୁ ଲାଳନ ପାଳନ ସହ ଯାହା ଦରକାର ଯୋଗାଇଦେଇଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ଚିକିତ୍ସାଧିନ ଅବସ୍ଥାରରେ ହଠାତ ମୃତ୍ୟୁ ପରେ କେହି ମୃତ ମହିଳାଙ୍କ ପରିଜନ କେହି ନଆସିବାରୁ ନିଜେ ଦେଇ ମୁଖାଗ୍ନି ଦେଇ ମାନବିକତାର ପରିଚୟ ଦେଇଛନ୍ତି ।
