କେନ୍ଦୁଝରରେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କଲେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ
କେନ୍ଦୁଝର : କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନ କରି ଆଜି ପ୍ରଭୁଙ୍କର ଦର୍ଶନ କରିଛନ୍ତି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱନୀ ପାତ୍ର । ଶୁକ୍ରବାର ଦିନ ସକାଳ ପ୍ରାୟ ନଅଟା ବେଳେ ମନ୍ତ୍ରୀ ସପତ୍ନୀଙ୍କ ସହ କେନ୍ଦୁଝର ଗସ୍ତ ଅବସରରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ଦର୍ଶନ କରିବା ଅବସରରେ ଶ୍ରୀ ବଳଦେବଜୀଉ ଓ ମା ଲକ୍ଷୀମୀଙ୍କର ପୂଜାର୍ଚ୍ଚନା କରିଥିଲେ । ମନ୍ତ୍ରୀ ଅଶ୍ୱନୀଙ୍କ ସହ କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜନନ୍ନାଥ ନାୟକ ମଧ୍ୟ ବଡ ଟାକୁର ଓ ମା ଲକ୍ଷମୀଙ୍କର ପୂଜାର୍ଚ୍ଚନା କରିଥିଲେ । ଗତ ୧୮୭୧ ମସିହାରେ ନିର୍ମିତ ଏହି ମନ୍ଦିରର ସୁରକ୍ଷା ଓ ଉନ୍ନତି ପାଇିଁ ସଂସ୍କୃତି ଓ ପର୍ଯ୍ୟଟନ ଅଧିକାରୀଙ୍କୁ କେତେକ ପରାମର୍ଶ ଦେଇଥିଲେ । ମନ୍ଦିର ପରିସରରେ ମହିଳା ଭକ୍ତଙ୍କ ନିମନ୍ତେ କୌଣସି ଶୈଚାଳୟ ର ବ୍ୟବସ୍ଥା ନଥିବା ଜାଣିବା ପରେ ଏଦିଗରେ ବ୍ୟବସ୍ଥା କରିବାକୁ ଜିଲ୍ଲା ଯୋଜମା କମିଟିର ଚେୟାରମ୍ୟାନ ଜଗନ୍ନାଥ ନାୟକଙ୍କୁ କହିଥିଲେ । ମନ୍ତ୍ରୀ ଅଶ୍ୱନା ପାତ୍ରଙ୍କ ସହ କେନ୍ଦୁଝର ଗଡ ପୌରପାଳିକା ର ଭାଇସ ଚେୟାରମ୍ୟାନ ବରଦା ପ୍ରସନ୍ନ ଦାସ ଙ୍କ ସହ କାଉନସିଲର ବବୁଲ ମିଶ୍ର , ଶରତ ସାହୁ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର , ବିଜେଡି ଏସ.ସି..ସେଲ ସଭାପତି ଭରତ ପାତ୍ର , ନଗର ସଭାପତି ପୁର୍ଣ୍ଣ ସାହୁ ପ୍ରମୁଖ ଅନେକ କର୍ମକର୍ତା ସାମିଲ ହୋଇଥିଲେ ।
