ବୃଦ୍ଧଙ୍କ ଆତ୍ମହତ୍ୟା
ଜୟପୁର : ବେକରେ ଦଉଡି ଦେଇ ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ଜଣାଯାଇଛି । ମୃତକ ଜଣକ ହେଉଛନ୍ତି ଜୟପୁର ସହର ବ୍ରହ୍ମାସାହିର ସିମାଚଂଳ ପାଟଯୋଷୀ (୭୮) । ପୋଲିସର ସୂଚନା ଅନୁଯାୟୀ, ଜୟପୁର ସହରର ବ୍ରହ୍ମାସାହିରେ ରହୁଥିବା ସିମାଚଂଳ ପାଟଯୋଷୀ ଗତକାଲି ବିଳମ୍ବିତ ରାତ୍ରରେ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁର କାରଣ କିଛି ଜଣାପଡିନାହିଁ । ପରିବାର ଲୋକେ ଏହା ଦେଖି ଜୟପୁର ଟାଉନ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି ଶବକୁ ଜବତ କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବକୁ ବ୍ୟବଛେଦ କରାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଟାଉନ ପୋଲିସ ତରଫରୁ ସୂଚନା ଦିଆଯାଇଛି ।
