ବଣିକ ର ନବମ ବାର୍ଷିକ ଉତ୍ସବ ପାଳିତ
ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ କମ୍ପିଟେଟିଭି ଅନୁଷ୍ଠାନ ମାନଙ୍କ ମଧ୍ୟରେ ଅଗ୍ରସର ପ୍ରଥମ ଅନୁଷ୍ଠାନ , ବଣିକ ଗ୍ରୁପର ନବମ ପ୍ରତିଷ୍ଠା ଦିବସ ମହାସମାରୋହରେ ଉତ୍କଳ ମଣ୍ଡପ ଠାରେ , ଅନୁଷ୍ଠାନିକ ଭାବେ ଏକ ମନୋରମ ପରିବେଶ ମଧ୍ୟରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି…ଏହାକୁ ଚଳିତ ବର୍ଷ ନାମକରଣ କରାଯାଇଥିଲା I ଇନସପିରେସନ 2022 l ଏହିପ୍ରତିଷ୍ଠାନ ଦୀର୍ଘ ସlତବର୍ଷ ହେଲା ଓଡ଼ିଶାର ଛାତ୍ର ଛାତ୍ରୀ ମlନଙ୍କୁ ଭାରତୀୟ ପ୍ରଶାସନିକ ସେବା, ଓଡିଶା ପ୍ରଶାସନିକ ସେବା ପାଇଁ ଯୋଗ୍ୟ ହେବାର କୋଚିଙ୍ଗ ଓ ଗlଇଡ୍ୟାନ୍ସ ପ୍ରଦାନ କରିବା ସଙ୍ଗେ ସାଙ୍ଗେ, ବ୍ୟାଙ୍କ ପିଓ, ଓ ଅନ୍ୟlନ୍ୟ ସେବା ପ୍ରଦାନ କରିଆସୁଛି l ଏହାର ଉଦ୍ୟେଶ୍ୟ ଓ ଲକ୍ଷ୍ୟ ହେଲା ଓଡ଼ିଶାରେ ଦିଲ୍ଲୀ ଭଳି କୋଚିଙ୍ଗ ଓ ଗlଇଡ୍ୟାନ୍ସ ସୁବିଧା ପ୍ରଦାନ କରିବା ଓ ଓଡିଶା ପିଲାମାନଙ୍କୁ ଭାରତୀୟ ସ୍ତରରେ ଉଚ୍ଚକୋଟିର ପ୍ରଦର୍ଶନ କରିବାରେ ସହାୟକ ହୋଇ ଓଡିଶା ରାଜ୍ୟପାଇଁ ଗର୍ବ ଓ ଗୌରବ ଆଣିବା lଏହି କ୍ଷେତ୍ରରେ ଉତ୍କ ଅନୁଷ୍ଠାନ ଓଡିଶା ଛାତ୍ରଛାତ୍ରୀ ମାନଙ୍କର ଏକମାତ୍ର ବିଶ୍ୱାସ ଯୋଗ୍ୟ ସଂସ୍ଥାନ ବୋଲି ଛାତ୍ର ଛାତ୍ରୀ ମାନେ କୁହନ୍ତି ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବରେ, ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ମୁଖ୍ୟ ଅଥିତି ଶ୍ରୀ ବିଜୟ ଅମୃତ କୁଲାଙ୍ଗ, ଭାରତ ପ୍ରଶାସନ ସେବା, ସାମ୍ନାନିତ ଅତିଥି ଡ଼. ଗଣେଶ୍ୱର ଜେନା, ଭାରତ ପ୍ରଶାସନ ସେବା,ମୁଖ୍ୟ ବକ୍ତା ଡ଼. ସତ୍ୟଜିତ ନାୟକ, ଭାରତ ପୋଲିସ ସେବା, ସନମାନିତ ଅତିଥି ଭାବରେ ଭୁବନେଶ୍ୱର (ଉତ୍ତର )ବିଧାୟକ ଶ୍ରୀ ସୁଶାନ୍ତ କୁମାରଙ୍କ ସହ ବଣିକ ଗ୍ରୁପ ର ପ୍ରତିଷ୍ଠାତା ଶ୍ରୀ ପ୍ରଭାତ ଛଟୋଇ ଏବଂ ମୁଖ୍ୟ ପରିଚାଳକ ଶ୍ରୀ ସୁବ୍ରତ ଛଟୋଇ ପ୍ରମୁଖ…!!! ଏହାପରେ ଆରମ୍ଭ ହୋଇଯାଇଥିଲା ବହୁ ପ୍ରତିକ୍ଷୀତ ସମ୍ବର୍ଦ୍ଧନା ପର୍ବ…ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ହିଁ ଥିଲା, ବଣିକ ଶିକ୍ଷାନୁଷ୍ଠାନର ଉଜ୍ବଳ ଜ୍ୟୋତିଷ୍କ ମାନଙ୍କୁ ଏହି ଇନସପିରେସନ କାର୍ଯ୍ୟକ୍ରମ ରେ ସମ୍ଭର୍ଦ୍ଧିତ କରିବା…..ଭାରତୀୟ ପ୍ରଶାସନିକ ସେବା, ସହ ଓଡିଶା ପ୍ରଶାସନିକ ସେବାରେ ନିଜକୁ ଯୋଗ୍ୟ ହେବାଲାଗି ଉଚ୍ଚକୋଟି ର ଆନୁସାଙ୍ଗିକ କୋଚିଂ ଏବଂ ଗାଇଡ୍ୟାନ୍ସ ଯୋଗାଇବା ସହ ବ୍ୟାଙ୍କ ପି. ଓ, ଏବଂ ଅନ୍ୟାନ୍ୟ ସେବା ଲାଗି ମଧ୍ୟ, ବଣିକ ନିଜର ଉଦ୍ୟମ ଜାରି ରଖି ଆସୁଛି.. ଏହି କାରଣ ରୁ ନୂଆଦିଲ୍ଲୀ ପରି ଏହା ଶିକ୍ଷା ପ୍ରଦାନ କରିବାରେ ପାରଦର୍ଶିତା ଅର୍ଜନ କରିପାରିଛି., ଯାହାକି ଉଜ୍ଜଳ ଭବିଷ୍ୟତ ଲକ୍ଷ୍ୟ ରେ ଥିବା ଆଶାୟୀ ବିଦ୍ୟାର୍ଥୀ ମାନଙ୍କ, ଏକମାତ୍ର ଭରସାଯୋଗ୍ୟ ସଂସ୍ଥାନ ଭାବେ ଓଡିଶା ରେ ଛିଡା ହୋଇଛ ଇ ଏହାର ମୁଖ୍ୟ ଆକର୍ଷଣ ଥିଲା ମଣ୍ଟୁ ଛୁରିଆ ଗ୍ରୁପର ଡାନ୍ସଓ ଗୀତ ପ୍ରୋଗ୍ରାମ ସହ ଅଭିନେତ୍ରୀ ଭୂମିକା ଦାଶଙ୍କର ଅଭିଭାଷଣ l ଛହଜାର ଛାତ୍ରଛାତ୍ରୀ ଏଥିରେ ଭାଗନେଇ ଝୁମି ଉଠିଥିଲେ ରାତ୍ରୀ ଏଗାରଟା ପର୍ଯ୍ୟନ୍ତ l
