କ’ଣ ଏହି ମେନ୍ଷ୍ଟ୍ରୁଆଲ ସପ୍ରେସନ, ଯାହାକୁ ଋତୁଶ୍ରାବ ସମୟରେ ଆପଣାଇଥାଆନ୍ତି ମହିଳା
Morning problems with pain of stomach
କିଶୋରୀ ଅବସ୍ଥା ପରଠାରୁ ସମସ୍ତ ମହିଳାଙ୍କର ଋତୁଶ୍ରାବ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଋତୁଶ୍ରାବ ହେବା ପରେ ଜଣେ ଯୁବତୀ ଗର୍ଭଧାରଣ କରିବାର କ୍ଷମତା ହାସଲ କରିଥାଏ। ମାସକୁ ଥରେ ହେଉଥିବାରୁ ଏହାକୁ ମାସିକ ଧର୍ମ ମଧ୍ୟ କୁହାଯାଏ। ଜଣେ ମହିଳାଙ୍କର ପ୍ରାୟ ୪୦ ବର୍ଷ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରୁହେ। ତେବେ ଏହି ପ୍ରକ୍ରିୟା କେତେ ଯେ କଷ୍ଟକର, ଏହା କେବଳ ମହିଳା ମାନେ ହିଁ ଜାଣିଥାନ୍ତି। ଏବେ ଅନେକ ଯୁବତୀ ବା ମହିଳା ମେନ୍ଷ୍ଟ୍ରୁଆଲ ସପ୍ରେସନ ପଦ୍ଧତି ଆପଣାଇ ନିଜର ମାସିକ ଧର୍ମ ବନ୍ଦ କରୁଛନ୍ତି। ଋତୁଶ୍ରାବ ସମୟରେ ମହିଳାଙ୍କ ରିପ୍ରୋଡକ୍ଟିଭ ହର୍ମୋନ ଗୁଡି଼କ ତଳ ଉପରେ ହୋଇଥାଏ ଫଳରେ ଏହାର ସିଧାସଳଖ ପ୍ରଭାବ ତାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପଡି଼ଥାଏ। ଏହାର ପ୍ରଭାବରେ ଶରୀର ପୀଡ଼ା, ଜ୍ୱର ଆଦି ହୋଇଥାଏ। ପ୍ରାୟ ସବୁ ମହିଳାଙ୍କର ଏହି ସମୟରେ ମୁଡ ସ୍ୱିଙ୍ଗ୍ସ ହୋଇଥାଏ । ଫଳରେ ସେମାନେ ଚିଡି଼ଚିଡା଼ ହୋଇଯାଇଥିବା ଦେଖିବାକୁ ମିଳିଥାଏ ହୋଇଯାଆନ୍ତି। ଜଣେ କର୍ମଜୀବୀ ମହିଳା ଏହି ସମୟରେ କାମ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଏହି କାରଣରୁ ମହିଳାମାନେ ମେନ୍ଷ୍ଟ୍ରୁଆଲ ସପ୍ରେସନ ସାହାଯ୍ୟରେ ଋତୁଶ୍ରାବ ବନ୍ଦ କରାଇଥାଆନ୍ତି।
ମେନ୍ଷ୍ଟ୍ରୁଆଲ ସପ୍ରେସନ :
ମେନ୍ଷ୍ଟ୍ରୁଆଲ ସପ୍ରେସନରେ ଜଣେ ମହିଳା ଋତୁଶ୍ରାବ ସମୟରେ ନିର୍ଗତ ହେଉଥିବା ବ୍ଲଡ଼ ଫ୍ଲୋକୁ ରୋକିଥାଆନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇବାକୁ ପଡି଼ଥାଏ। ଜଣେ ଯୁବତୀଙ୍କ ପ୍ରଥମ ଥର ମାସିକ ଧର୍ମ ଆରମ୍ଭ ହେବା ପରେ ହିଁ ସେ ଏହି ପ୍ରକ୍ରିୟା ଆପଣାଇବା ପାଇଁ ସମର୍ଥ ହୁଅନ୍ତି। ଏହି ସମୟରେ ମହିଳାମାନଙ୍କର ମାତ୍ରାଧିକ ବ୍ଲିଡିଂ କାରଣରୁ ସେମାନେ ବହୁ କଷ୍ଟ ଭୋଗିଥାଆନ୍ତି । ଏପରିକି ଏହି ସମୟରେ କାମ କରିବା ସମ୍ଭବ ହୋଇନଥାଏ। ଏହି ସମୟରେ ଡାକ୍ତର ମେନ୍ଷ୍ଟ୍ରୁଆଲ ସପ୍ରେସନ ପିଲ୍ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି। ମହିଳାମାନେ ନିଜ ଇଚ୍ଛା ଅନୁସାରେ ମେନ୍ଷ୍ଟ୍ରୁଆଲ ସପ୍ରେସନ ପଦ୍ଧତି ଆପଣାଇଥାଆନ୍ତି। ସାଧାରଣତଃ ସ୍ୱଳ୍ପ ସମୟ ପାଇଁ ଋତୁଶ୍ରାବ ରୋକିବା ପାଇଁ ଔଷଧ ସେବନ କରାଯାଏ। ଏହାଦ୍ୱାରା ହେଉଥିବା ମାତ୍ରାଧିକ ବ୍ଲଡ ଫ୍ଲୋ କମିଯାଇଥାଏ। ସ୍କିନ୍ ପ୍ୟାଚ ପ୍ରକ୍ରିୟା ଦ୍ୱାରା ୪ ମାସ ପର୍ଯ୍ୟନ୍ତ ଋତୁଶ୍ରାବ ରୋକା ଯାଇପାରିବ। ଲମ୍ବା ସମୟ ପାଇଁ ମହିଳା ମାନେ ପ୍ରୋଜେଷ୍ଟିନ୍ ଆଇୟୁଡି଼ ମେଥଡ଼ ଆପଣାଇ ଥାଆନ୍ତି। ଏଥିରେ ମହିଳାଙ୍କ ଶରୀରରେ ଇଣ୍ଟ୍ରାୟୁଟେରାଇନ ଡିଭାଇସ ଡାକ୍ତର ଲଗାଇ ଥାଆନ୍ତି। ଏହା ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଥାଏ।
ଏହି ପ୍ରକ୍ରିୟା ସମୟରେ ମହିଳା ମାନେ ମାଆ ହୋଇପାରନ୍ତି ନାହିଁ। କିନ୍ତୁ ଥରେ ଏହାର ସମୟ ସରିଗଲେ ମହିଳା ମାନଙ୍କଠାରେ ପୁଣି ଗର୍ଭଧାରଣ କ୍ଷମତା ଆସି ଯାଇଥାଏ। ଏହି ପଦ୍ଧତି ଶରୀର ପାଇଁ କେତେ ସ୍ୱାସ୍ଥ୍ୟକର ସେ ସମ୍ପର୍କରେ ଏବେ ମଧ୍ୟ ଗବେଷଣା ଜାରି ରହିଛି। କିନ୍ତୁ ସ୍ୱଳ୍ପ ବୟସର ଯୁବତୀ ମାନଙ୍କୁ ଏହି ପଦ୍ଧତି ଆପଣାଇବା ପାଇଁ ଡାକ୍ତର ମନା କରିଥାଆନ୍ତି। ଏହାଛଡା଼ ମାଆ ହୋଇ ସାରିବା ପରେ ଯାଇ ଏହି ପ୍ରକ୍ରିୟା ନେବା ପାଇଁ ମହିଳା ମାନଙ୍କୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି। ପାଶ୍ଚାତ ଦେଶରେ ମହିଳା ମାନେ ଋତୁଶ୍ରାବ ରୋକିବା ପାଇଁ ମେନ୍ଷ୍ଟ୍ରୁଆଲ ସପ୍ରେସନର ସାହାଯ୍ୟ ନେଇଥାଆନ୍ତି।
