ମେଗା ଜଳ ପ୍ରକଳ୍ପର ସ୍ଥିତ ଅନୁଧ୍ୟାନ : ୧୪୪ ଗାଁ ଲୋକେ ପିଇବେ ଆରୋ ଯୁକ୍ତ ପାଣି
ବାଲିଆପାଳ : ବାଲେଶ୍ୱର ଜିଲା ବିଜେଡ଼ି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଏବଂ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଶୁକ୍ରବାର ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର କୁଦମାନସି ଗ୍ରାମରେ ୨୩/୧୨ରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବ ମେଗା ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆରଡବ୍ଲୁଏସ୍ଏସ୍ର ଅଧୀକ୍ଷଣ ଯନ୍ତ୍ରୀ ସମୀର ଦେ, ଏସଡିଓ ଶେଷ ନାଗ ପ୍ରଧାନଙ୍କ ସହିତ ବମ୍ୱେର ଠିକାଦାର ବ୍ଲୁଷ୍ଟାର କମ୍ପାନୀର ଅଧିକାରୀମାନଙ୍କ ଠାରୁ ପ୍ରକଳ୍ପର ସ୍ଥିତି ବିଷୟ ବିଧାୟକ ଶ୍ରୀ ସାହୁ ଏବଂ ଇଂ. ଜେନା ପଚାରି ବୁଝିଥିଲେ । ୧୮ ରୁ ୨୪ ମାସ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ବାଲିଆପାଳ ବ୍ଲକର ୧୪୪ ଗାଁ ଲୋକେ ଆରୋ ଯୁକ୍ତ ପାଣି ପିଇପାରିବେ ବୋଲି ଇଂ. ଜେନା କହିଥିଲେ । କୁଦମାନସିଂ ଗ୍ରମରେ ଭିତ୍ତି ପ୍ରସ୍ତର ସ୍ଥାପିତ ପ୍ରକଳ୍ପ ଏକ ଶହ ବାସ୍ତରୀ କୋଟି ଟଙ୍କାରେ ସମାପନ ପାରିବାପାଇଁ ନିର୍ମାଣ ସଂସ୍ଥା ବ୍ଲୁଷ୍ଟାର ସରକାରଙ୍କ ସହିତ ଚୁକ୍ତି କରିଥିବାର ସୂଚନା ମିଳିଛି ।
ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ବାଲିଆପାଳ ବ୍ଲକରେ ୨୧ଟି ପଞ୍ଚାୟତର ୧୪୪ଟି ଗ୍ରାମର ଗ୍ରାମବାସୀ ଉପକୃତ ହେବାର ଲକ୍ଷ୍ୟ ରହିଛି । ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ଦାସ, ବଳରାମ ସାହୁ, ହେମନ୍ତ ଦାସ, ଶାନ୍ତନୁ ଭଦ୍ର, ସମ୍ୟଦିପ ଚକ୍ରବର୍ତ୍ତୀ, ରବୀନ୍ଦ୍ର ନାଥ ଅଣ୍ଡାଆ, ଲମ୍ବୁଧର ମାହାନା, ପ୍ରତାପ ପାତ୍ରଙ୍କ ସହିତ ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ଥିଲେ ।
