ମହାନଦୀରେ ମଧ୍ୟମ ଧରଣର ବନ୍ୟା : ସର୍ବୋଚ୍ଚ ଯନ୍ତ୍ରୀ
କଟକ : ମହାନଦୀରେ ହେବ ମଧ୍ୟମ ଧରଣର ବନ୍ୟା । ଏନେଇ ଶୁକ୍ରବାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ୧୦ଟାରେ ମୁଣ୍ଡଳିରେ ୬.୨୬ ଲକ୍ଷ କ୍ୟୁସକ ଜଳ ପ୍ରବାହିତ ହୋଇଛି। ଆଜି ରାତି ୧୨ଟା ସୁଦ୍ଧା ସାଢେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ତେଣୁ ଏହା ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆଣିପାରେ। ତଳମୁଣ୍ଡରେ ମହାନଦୀ ଓ ଏହାର ଶାଖା ନଦୀ ଫୁଲୁଛି। ନରାଜରେ ଜଳସ୍ତର ବଢୁଛି। ଏହାସହ କେନ୍ଦ୍ରାପଡା,ପୁରୀ, ଯାଜପୁର, କଟକ, ବାଲେଶ୍ୱର, ଭଦ୍ରକକୁ ସତର୍କ ସୂଚନା ଜାରି କରାଯାଇଛି। ୩୦ ଟି ଓଡ୍ରାଫ ଟିମ ଓ ୧୨ଟି ଏନଡିଆରଏଫ ଟିମକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୀରାକୁଦରୁ ବତ୍ତର୍ମାନ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ଉପରମୁଣ୍ଡରେ ବର୍ଷା କମିବା ଯୋଗୁଁ ହୀରାକୁଦର ଜଳସ୍ତର ଖସୁଛି। ହୀରାକୁଦରେ ୪.୭୫ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି। ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବା ସହ ୨ଟି ଗେଟ୍ ଖୋଲା ରହିଛି।
ମୁଣ୍ଡଳୀ ନିକଟରେ ବଢିଲା ମହାନଦୀ ଜଳସ୍ତର । ମୁଣ୍ଡଳୀରେ ସକେଣ୍ଡ ପିଛା ୬ ଲକ୍ଷ ୮ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମରେ ଜଳସ୍ତର ୮୯.୦୧ ଫୁଟ ରହିଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମରେ ବିପଦ ସଙ୍କେତ ହେଉଛି ୯୭.୨୫ ଫୁଟ । ମୁଣ୍ଡଳୀ ଡାଉନ୍ ଷ୍ଟ୍ରିମରେ ଜଳସ୍ତର ୮୭.୨୦ ଫୁଟ । ମୁଣ୍ଡଳୀ ଡାଉନଷ୍ଟ୍ରିମରେ ବିପଦ ସଙ୍କେତ ହେଉଛି ୯୫.୦୫ ଫୁଟ । ସେପଟେ ନରାଜ ନିକଟରେ କାଠଯୋଡିର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ନରାଜରେ ସେକେଣ୍ଡ ପ୍ରତି ୨ ଲକ୍ଷ ୯୫ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । ନରାଜରେ କାଠଯୋଡିର ଜଳସ୍ତର ୨୫.୨୫ ଫୁଟ ରହିଛି । ନରାଜରେ କାଠଯୋଡିର ବିପଦ ସଙ୍କେତ ହେଉଛି ୨୬.୪୦ ଫୁଟ ।
