ତିହିଡ଼ି ମହୋତ୍ସବର ଉଦ୍ଯାପିତ ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ଅଭିନୟରେ ମଜାନେଲେ ଦର୍ଶକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି କାଳିପଡ଼ିଆ ଠାରେ ଶ୍ୟାମା କ୍ଲବ ଆୟାଜନରେ ଚାଲିଥିବା ୪ର୍ଥ ତିହିଡ଼ି ମହୋତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନ ସନ୍ଧ୍ୟାରେ ସଂଗୀତଗୁରୁ ମନମୋହନ ସାବତ ମଂଚରେ ସଭାପତି ସୋମନାଥ ପାଢ଼ୀ ପୌରୋହିତ୍ୟ କରିଥିଲେ । ଏହି ସନ୍ଧ୍ୟାରେ ସ୍ଥାନୀୟ କବିଙ୍କୁ ନେଇ କବିତା ପାଠ ଉତ୍ସବ ଅନୁଷ୍ଠିତ କରିଥିଲେ । ଏଥିରେ କବି ଭଗବାନ ପାଣିଗ୍ରାହୀ ଏବଂ ଗୀତିକାର ପଞ୍ଚାନନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ପାଠ ଉତ୍ସବରେ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ପରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଅତିଥିଭାବେ ଯୋଗ ଦେଇ ତିହିଡ଼ିର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବକ୍ତବ୍ୟ ରଖିଥିଲେ । ବିଡିଓ ଜ୍ୟୋତିର୍ମୟ କର ଅତିଥିଭାବେ ଯୋଗ ଦେଇ ତିହିଡ଼ି କୋଭିଡ ସେଣ୍ଟରର କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ବିଶିଷ୍ଟ ଲେଖିକା ତଥା ଓଡ଼ଶୀ ବିଶାରଦ ସ୍ନେହଲତା ନାୟକଙ୍କୁ ମଧ୍ୟ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିବା ବ୍ଲକ ବିଭିନ୍ନ ସାମାଜିକ ସଂଗଠନ ଓ ସଂଗଠନର ନେତୃତ୍ୱ ନେଇଥିବା କ୍ରୀଡ଼ା ଶିକ୍ଷକ ପ୍ରଭାତ କୁମାର ଜେନାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ୍ପମ୍ଙ୍କ ଅଭିନୟ ଓ ସଂଗୀତରେ ଦର୍ଶକମାନେ ମଜ୍ଜି ଯାଇଥିଲେ । ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅମର କୁମାର ଜେନା, ଧୀରେନ୍ଦ୍ର ସାହୁ, ମନୋଜ କୁମାର ସେନାପତି, ମନୋଜ କୁମାର ପାଣିଗ୍ରାହୀ, ଅମୂଲ୍ୟ ସେନାପତି, ପ୍ରଭାତ ଜେନା, ଗିରିଜାରମଣ ଜେନା, ନରେନ୍ଦ୍ର ବାରିକ, ନାରାୟଣ ପାଢ଼ୀ ପ୍ରମୁଖକଙ୍କ ସମେତ ବ୍ଲକ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
