କେନ୍ଦୁଝର ରେ ଶହୀଦ ଦିବସ ପାଳିତ
କେନ୍ଦୁଝର : ଅହିଂସାର ପରମ ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଅବସରରେ ତା ୩୦.୦୧.୨୦୨୩ରିଖ ସୋମବାର ଦିନ ଜିଲ୍ଲାର ସରକାରୀ କାର୍ଯ୍ୟାଳୟମାନଙ୍କରେ ପୂର୍ବାହ୍ନ ୧୧ ଘଟିକାରୁ ଘ. ୧୧.୦୨ ମିନିଟ୍ ପର୍ଯ୍ୟନ୍ତ ଦୁଇ ମିନିଟ୍ ନିରବାତା ଅବଲମ୍ବନ କରାଯାଇଥିଲା । କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୀରବତା ଅବଲମ୍ବନ ସମୟର ସୂଚନା ନିମନ୍ତେ ନିରବତା ଅବଲମ୍ବନର ୧ ମିନିଟ୍ ପୂର୍ବରୁ ଏବଂ ଶେଷ ହେବାର ଏକ ମିନିଟ୍ ପର ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ଦ୍ୱାରା ସାଇରନ୍ ବାଜିବାର ବ୍ୟବସ୍ଥା କରାଯାଇଥିଲା । ନିରବତା ଅବଲମ୍ବନ ସମୟରେ ଗାଡି ଚଳାଚଳ ବନ୍ଦ ନିମନ୍ତେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଦେଶର ସ୍ୱାଧିନତା ପାଇଁ ସ୍ୱାଧିନତା ସଂଗ୍ରାମରେ ବଳିଦାନ ଦେଇଥିବା ସ୍ୱାଧିନତା ସଂଗ୍ରାମୀମାନଙ୍କର ସ୍ମୃତିରେ ଶହୀଦ ଦିବସ ପାଳନ କରାଯାଇଥିଲା ।
