କନ୍ଧମାଳ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ
ଫୁଲବାଣୀ : କନ୍ଧମାଳ ଏସ୍ପିଙ୍କ ନିକଟରେ ବିଜିଏନ୍ ଡିଭିଜନର ମାଓବାଦୀ ରାହୁଲ ମୂଷାକି (ପିଂଟୁ) ଆତ୍ମସମର୍ପଣ କରିଛି । ବହୁ ହିଂସାରେ ରାହୁଲ ସାମିଲ ଥିବା ସୂଚନା ମିଳିଛି । ସୂଚନା ଯେ, ରାହୁଲ ମୂଷାକିର ଘର ଛତିଶଗଡ଼ ସୁକୁମା ଜ଼ିଲ୍ଲାର ଜେଗୁରୁମୁଣ୍ଡା ପଂଚାୟତ ତଳଟ ଗ୍ରାମରେ ୨୦୧୫ ରୁ ରାହୁଲ ମାଓ ସଂଗଠନରେ ମିଶି କାର୍ଯ୍ୟ କରିଆସୁଥିଲା ବୋଲି କହିଛି । ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନୟନ୍ନ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମନସ୍ଥ କରିଥିଲେ ।
ରବିବାର ରାହୁଲ ଏସ୍ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ମାଓବାଦୀଙ୍କୁ ହିଂସା ଛାଡି ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଅପିଲ କରିବା ପରେ ଆତ୍ମ ସମର୍ପଣ କରିଥିବା କଥା ଏସପି କହିଛନ୍ତି କ୍ଷ ତେବେ କନ୍ଧମାଳ ପୋଲିସର ରୀତିମତ କମ୍ବିଂ ଅପରେସନ ଲାଗି ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଯାହାଫଳରେ ଏବେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି ।
