କ୍ରୁଜ ସିପ୍ ଡ୍ରଗ୍ସ ପାର୍ଟି ମାମଲା : ଡ୍ରଗ୍ସ ପେଡ଼ଲର ଗିରଫ
ମୁମ୍ବାଇ : ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନ୍ସିବି) କ୍ରୁଜ ସିପ୍ ଡ୍ରଗ୍ସ ପାର୍ଟି ମାମଲାରେ ଡ୍ରଗ୍ସ ପେଡ଼ଲର ଶିବରାଜ ରାମଦାସକୁ ଲମ୍ବା ସମୟ ପର୍ଯ୍ୟନ୍ତ ପଚରାଉଚୁରା ପରେ ରବିବାର ସକାଳେ ଗିରଫ କରିଛି । ଏହି ମାମଲାରେ ଏନ୍ସିବିର ଟିମ୍ ମୁମ୍ବାଇର ସାନ୍ତାକ୍ରୁଜ ଏବଂ ଗୋରେଗାଓଁ ଅଂଚଳରେ ଚଢ଼ାଉ କରୁଛି । ଶିବରାଜ ରାମଦାସକୁ ଆଜି ସନ୍ଧ୍ୟା ଭିତରେ କୋର୍ଟରେ ହାଜର କରାଯିବ । ପଚରାଉଚୁରାରେ ଜଣାଯାଇଛି ଯେ ଶିବରାଜ ରାମଦାସ କ୍ରୁଜ ସିପ୍ରେ ଡ୍ରଗ୍ସ ପହଂଚାଇ ଥିଲା । ଡ୍ରଗ୍ସ ପାର୍ଟି ମାମଲାରେ ଏହି ୧୯ତମ ଗିରଫଦାରି ।
ଏନ୍ସିବିର ଜେନେରାଲ ଡାଇରେକ୍ଟର ସମୀର ୱାନଖେଡ଼େଙ୍କ ଅନୁଯାୟୀ କ୍ରୁଜ୍ ସିପ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମୋବାଇଲ୍ରେ ଶିବରାଜ ରାମଦାସ ଠାରୁ ଡ୍ରଗ୍ସ ମଗାଇବା ସମ୍ବନ୍ଧରେ ଚାଟ୍ ମିଳିଥିଲା । ଏହି ସୂଚନା ଆଧାରରେ ଏନ୍ସିବି ଶନିବାର ରାତିରୁ ସାନ୍ତାକ୍ରୁଜ ଏବଂ ଗୋରେଗାଓଁ ଅଂଚଳରେ ଚଢ଼ାଉ ଆରମ୍ଭ କରିଥିଲେ, ଯାହା ଏବେ ପର୍ଯ୍ୟନ୍ତ ଜାରି ରହିଛି । ଶିବରାଜ ରାମଦାସକୁ ଶନିବାର ଦିନ ଏନ୍ସିବି ଟିମ୍ ନିଜ ଅଫିସ୍ ଆଣିଥିଲେ ଏବଂ ଲମ୍ବା ପଚରାଉଚୁରା ପରେ ରବିବାର ସକାଳେ ତାଙ୍କୁ ଗିରଫ କରିଥିଲା । ପଚରାଉଚୁରାରୁ ଜଣାପଡ଼ିଛି ଯେ ଶିବରାଜ ରାମଦାସ କ୍ରୁଜ ସିପ୍ ଉପରେ ଡ୍ରଗ୍ସ ପହଂଚାଇ ଥିଲା । ଉଲ୍ଲେଖନୀୟ ଯେ ଏନ୍ସିବି ଟିମ୍ ଆରବ ସାଗର ରାସ୍ତାରେ ୨ ଅକ୍ଟୋବରକୁ ମୁମ୍ବାଇରୁ ଗୋଆ ଯାଉଥିବା କାର୍ଡ଼ିଲିୟା ଦି ଇମ୍ପ୍ରେସ କ୍ରୁଜ୍ ସିପ୍ ଉପରେ ରେଡ୍କରି ୧୪ ଲୋକକୁ ଧରିଥିଲା ।
