ମାଓବାଦୀଙ୍କ ଯୋଜନା ପଣ୍ଡ : ଲୁଚାଇଥିବା ବିସ୍ଫୋରକ ନିଷ୍କ୍ରିୟ କଲା ବିଏସଏଫ
କୋରାପୁଟ: ମାଓବାଦୀଙ୍କ ଯୋଜନା ପଣ୍ଡ । ଓଡିଶା ଓ ଛତିଶଗଡ଼ ସୀମାନ୍ତ ପୂଜାରିପୁଟ ଜଙ୍ଗଲରେ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଦ୍ରବ୍ୟକୁ ନଷ୍ଟ କଲା ବିଏସଏଫ । ଏହାଦ୍ବାରା ମାଓବାଦୀଙ୍କ ଦ୍ବାରା କରାଯାଇଥିବା ଏକ ସାଂଘାତିକ ଆକ୍ରମଣର ସମ୍ଭାବନାକୁ ଏଡାଇ ଦିଆଯାଇପାରିଥିବା ଅନୁମାନ କରାଯାଉଛି ।
ତେବେ କୋରାପୁଟ ଜିଲାର ଓଡିଶା ଓ ଛତିଶଗଡ଼ ସୀମାନ୍ତରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରିପୁଟ ଜଙ୍ଗଲ ମଧ୍ୟରେ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକ ଦ୍ରବ୍ୟକୁ ବିଏସଏଫର ଏକ ସ୍ବତନ୍ତ୍ର ଟିମ୍ ନଷ୍ଟ କରିଛନ୍ତି । ସୂଚନା ଯେ, ଗତ ମାର୍ଚ୍ଚ ୮ ତାରିଖରେ ରାମଗିରି ପଞ୍ଚାୟତର ସିନ୍ଧିଆଗୁଡା ଜଙ୍ଗଲରେ ମଧ୍ୟ ମାଓବାଦୀ ଏକ ଗଛ ମୂଳରେ ଟିଫିନ୍ ବୋମା ଖଞ୍ଜି ଥିଲେ, ଯାହାକୁ ଯବାନମାନେ ନିଷ୍କ୍ରିୟ କରିଥିଲେ। ରାମଗିରିଠାରେ ଅବସ୍ଥାପିତ ବିଏସଏଫ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହିପରି କାଣ୍ଡ କରୁଥିବା ପ୍ରକାଶ।
